ଜଗତପୁରରେ ଏନ୍‌କାଉଣ୍ଟର : ଦୁର୍ଦ୍ଦାନ୍ତ ଅପରାଧୀ ଗୁରିଆକୁ ଗୁଳି

କଟକ-ଜଗତପୁର : ଜଗତପୁର ନ୍ୟୁ-ମାର୍କେଟ କମ୍ପ୍ଲେକ୍ସ ପଛପଟ ମହାନଦୀ ପଠାରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରିଆ ଓରଫ ଗୁରୁଚରଣ ପାତ୍ରକୁ ପୁଲିସ ଏନ୍‌କାଉଣ୍ଟର କରିଛି। ଗୁରିଆକୁ କାବୁ କରିବାକୁ ପିଛା କରୁଥିବା ପୁଲିସ ଟିମ୍‌କୁ ବୋମା ଓ ଗୁଳିମାଡ଼ କରି ଖସି ଯିବାକୁ ଉଦ୍ୟମ କଲା ବେଳେ ଜୀବନ ବଞ୍ଚାଇବାକୁ ଯାଇ ପୁଲିସ ଗୁରିଆକୁ ଗୁଳିମାଡ଼ କରିଛି। ଗୁଳିଟି ଗୁରିଆର ବାମ ଜ˚ଘରେ ବାଜିବାରୁ ସେ ଆହତ ହୋଇଛି। ତାକୁ ପୁଲିସ ଉଦ୍ଧାର କରି ବଡ଼ ମେଡିକାଲ୍‌ରେ ଭର୍ତ୍ତି କରିଛି। ପୁଲିସ ଗୁରିଆ ନିକଟରୁ ଗୋଟିଏ ୭.୬ ଏମ୍‌ଏମ୍‌ ପିସ୍ତଲ, ଜୀବନ୍ତ ଗୁଳି, ଖାଲି କ୍ୟାଟ୍ରିଜ୍‌ ଜବତ କରିଛି।

ସୂଚନା ଅନୁଯାୟୀ, ଜଗତପୁର ଚାହାପଡ଼ା ଅଞ୍ଚଳର ଗୁରିଆ ଓରଫ ଗୁରୁଚରଣ ପାତ୍ର ଜଗତପୁର ଥାନା ପୁଲିସର ଏକ ଅପରାଧ ମାମଲା (କେସ୍‌ ନ˚ ୨୫୦/୧୮)ରେ ଵାଣ୍ଟେଡ୍‌ ଥିଲା। ଆଜି ରାତି ପ୍ରାୟ ୮ଟା ୨୫ ବେଳେ ଗୁରିଆ ଜଗତପୁର ନ୍ୟୁ ମାର୍କେଟ୍‌ କମ୍ପ୍ଲେକ୍ସ ପଛପଟ ମହାନଦୀ ପଠାରେ ଯାଉଥିବା ଥାନା ଅଧିକାରୀ ବିରଞ୍ଚି ପତି ଖବର ପାଇଥିଲେ। ସେହି ଆଧାରରେ ପୁଲିସ ଟିମ୍‌ ପଠାରେ ୮ଟା ୫୦ରେ ପହଞ୍ଚିଥିଲା। ପୁଲିସକୁ ଦେଖି ଗୁରିଆ ଦ୍ରୁତ ଗତିରେ ଦୌଡ଼ିବାକୁ ଲାଗିଥିଲା। ପୁଲିସ ତାକୁ କାବୁ କରିବାକୁ ଉଦ୍ୟମ କରିବାରୁ ଗୁରିଆ ପୁଲିସ ଟିମ୍‌ ଉପରକୁ ବୋମା ମାଡ଼ କରିଥିଲା। ବିସ୍ଫୋରଣରେ ଓଏପିଏଫ୍‌ କର୍ମଚାରୀ ଈଶ୍ବର ମାଝି ଗୁରୁତର ଆହତ ହୋଇଥିଲେ। ପୁଲିସ ତା’ ପିଛା କରିବାକୁ କିଛି ବାଟ ଯିବା ପରେ ଗୁରିଆ ଅଣ୍ଟାରେ ଖୋସିଥିବା ପିସ୍ତଲ କାଢ଼ି ପୁଲିସ ଉପରକୁ ଗୁଳି ମାଡ଼ କରିଥିଲା। ଗୁଳିଟି ଥାନା ଅଧିକାରୀ ବିରଞ୍ଚି ପତିଙ୍କ ବାମ କାନ ପାଖ ଦେଇ ଖସିଯାଇଥିଲା। ଦ୍ବିତୀୟ ଥର ଗୁଳି ଫୁଟାଇବାକୁ ଉଦ୍ୟମ କରିବାରୁ ଶ୍ରୀ ପତି ନିଜ ସର୍ଭିସ ପିସ୍ତଲ୍‌ରୁ ଗୋଟିଏ ରାଉଣ୍ତ ଗୁଳି ଫୁଟାଇଥିଲେ। ଗୁଳିଟି ଗୁରିଆର ବାମ ଜ˚ଘରେ ବାଜିିବାରୁ ସେ ତଳେ ପଡ଼ିଯାଇଥିଲା। ତୁରନ୍ତ ତାକୁ ଉଦ୍ଧାର କରି ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଦ୍ଦାନ୍ତ ଅପରାଧୀ ଗୁରିଆ ବିରୋଧରେ ଜଗତପୁର ଥାନାରେ ୪ଟି ଏବ˚ ସାଲେପୁର ଥାନାରେ ୨ଟି ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ କାରବାର ସମ୍ପର୍କିତ ମାମଲା ୨୦୧୭-୧୮ ମସିହାରେ ରୁଜୁ ହୋଇଥିବା ଡିସିପି ଅଖିଳେଶ୍ବର ସି˚ହ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର