ସଦରରେ ପୁଣି ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଯୁଗ ଆହତ

କଟକ ମହାନଦୀବିହାର : କଟକ ସଦରଥାନା ପୁଲିସ ମାତ୍ର ୨୪ ଘଣ୍ଟା ମଧ୍ୟରେ ପୁଣି ଜଣେ ଦୁର୍ଦ୍ଦାନ୍ତ ଯୁବକକୁ ଏନ୍‌କାଉଣ୍ଟର କରିଛି। ଏନ୍‌କାଉଣ୍ଟରରେ ଆହତ ଯୁବକ ଜଣଙ୍କ ହେଲେ, ବ୍ରାହ୍ମଣଝରିଲୋ ଗୋଠପାଟଣା ଅଞ୍ଚଳର ଯୁଗ ଓରଫ ବାସିର ଖାଁ (୩୮)। ଯୁଗ ରାତି ପ୍ରାୟ ୨ଟା ୧୦ରେ ଏକ ଶୀତଳଭଣ୍ଡାର ନିକଟରେ ଆଡ୍ଡା ଜମାଇଥିବା ଖବର ପାଇ ସଦରଥାନା ଆଇଆଇସି ସୁଧାଂଶୁ ଜେନାଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍‌ ତାକୁ ଧରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଯୁଗ ପୁଲିସ ଗାଡ଼ି ଉପରକୁ ୨ଟି ବୋମା ଫିଙ୍ଗି ଖସିଯିବାକୁ ଉଦ୍ୟମ କରିଥିଲା। ତେବେ ଆଇଆଇସି ଶ୍ରୀ ଜେନା ତା ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ। ଗୁଳିଟି ଯୁଗର ଡାହାଣ ଗୋଡ଼ ଜଙ୍ଘରେ ବାଜିଥିଲା। ପରେ ପୁଲିସ ଯୁଗକୁ କଟକ ବଡ଼ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି। ଗତକାଲି ଯୁଗର ସହଯୋଗୀ କାବୁକୁ ପୁଲିସ ଏନ୍‌କାଉଣ୍ଟର କରିଥିଲା।

ସମ୍ବନ୍ଧିତ ଖବର