ଗଞ୍ଜାମ ଜିଲ୍ଲା ଆସିକାରେ ପୁଲିସର ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧି ଟିଙ୍ଗିରି ଦୋରା ଆହତ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ପୁଣି ପୁଲିସର ଏନ୍‌କାଉଣ୍ଟର। ଏହି ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧି ଟିଙ୍ଗିରି ଦୋରା ଆହତ ହୋଇଛି। ତାର ‌ବାମ ଗୋଡରେ ଗୁଳି ବାଜିଛି। ଗୁରୁତର ଆହତ ଟିଙ୍ଗିରିକୁ ବ୍ରହ୍ମପୁରର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ଗତକାଲି ପୁଲିସ ଏକ ଗୁଳିକାଣ୍ଡ ଘଟଣାର ତଦନ୍ତ ପାଇଁ ଗଞ୍ଜାମ ଜିଲ୍ଲାର ପାଣ୍ଡିଆପଥର ଗାଁକୁ ଯାଇଥିଲା। ଏହି ସମୟରେ ଗୁଳିକାଣ୍ଡରେ ସମ୍ପୃକ୍ତ ଅପରାଧି ଟାଙ୍ଗିଆ ଦୋରାକୁ ଧରିବାକୁ ଉଦ୍ୟମ କଲା ବେଳେ ସେ ପ୍ରଥମେ ପୁଲିସ ଉପରକୁ ଗୁଳି ଚାଳନା କରିଥିଲା। ଏହାର ଜବାବରେ ପୁଲିସ ପାଲଟା ଗୁଳି ଚଳାଇବାକୁ ବାଧ୍ୟ ହୋଇଥିଲା। ତାର ବାମ ଗୋଡ଼ରେ ଗୁଳି ବାଜିବାରୁ ସେ ଆହତ ହୋଇଥିଲା। ଗୁରୁତର ଅବସ୍ଥାରେ ଘଟଣାସ୍ଥଳରୁ ପୁଲିସ ତାକୁ ଉଦ୍ଧାର କରି ବ୍ରହ୍ମପୁରର ବଡ଼ ମେଡିକାଲରେ ଭର୍ତ୍ତି କରିଛି।

ସମ୍ବନ୍ଧିତ ଖବର