କେନ୍ଦ୍ରାପଡା : କିଛିଦିନର ନିରବତା ପରେ ପୁଣି କେନ୍ଦ୍ରାପଡ଼ା ପୁଲିସ କରିଛି ଏନ୍କାଉଣ୍ଟର। ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧି ଗଣେଶ ମଳିକ ଆହତ ହୋଇଛି। ଆଜି ଭୋର ପ୍ରାୟ ୪ଟା ସମୟରେ ଏହି ଏନ୍କାଉଣ୍ଟର ଘଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରାପଡ଼ା ସଦର ଥାନା କଜଳା ନାନକାର ରାସ୍ତାରେ ଆଜି ଭୋର ୪ଟା ବେଳେ ସ୍ପେଶାଲ ସ୍କାର୍ଡ ପୁଲିସର ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧି ଜୁଲୁ ଓରଫ ଗଣେଶ ମଳିକ ଆହତ। ଗଣେଶର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଭାବେ ଆହତ ହୋଇଥିବା ଗଣେଶକୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ଗଣେଶ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ଚୋରି, ରାହାଜାନୀ ଭଳି ବହୁ ଅପରାଧିକ ମାମଲା ରହିଛି।