ବ୍ରହ୍ମପୁର : ବ୍ରହ୍ମପୁରରେ ପୁଲିସ୍ ଆଉ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନ୍କାଣ୍ଟର୍ କରିଛି। ଏହି ଅପରାଧୀ ହେଉଛି ଅପରାଧୀ କୁନା ବେହେରା ଓରଫ୍ ଜଡ଼ା। ତା’ ଡାହାଣ ଗୋଡ଼ରେ ଗୁଳି ବାଜିଥିବାବେଳେ ତାକୁ ସ୍ଥାନୀୟ ବଡ଼ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ପୁଲିସ୍ର କହିବାନୁସାରେ, କୁନା ନାଁରେ ୨୦ରୁ ଉର୍ଦ୍ଧ୍ୱ ମାମଲା ରହିଛି। ସେ ବର୍ଷ ତଳେ ଜେଲ୍ରୁ ମୁକୁଳି ଜଙ୍ଗଲରେ ଛପି ରହିବା ସହିତ ବିଭିନ୍ନ ଅପରାଧ ଚଳାଇ ଆସୁଥିଲା। ଆଜି କୁନା ଗୋଳନ୍ଥରା ଥାନା ଅନ୍ତର୍ଗତ ଟାମଣା ଜଙ୍ଗଲରେ ଯାଉଥିବା ଖବର ପାଇ ପୁଲିସ୍ ସହ କୁନାର ମୁହାଁମୁହିିଁ ହୋଇଥିଲା। ଏହି ସମୟରେ କୁନା ପୁଲିସ ଉପରକୁ ଗୁଳି ଫୁଟାଇଥିଲା। ଜୀବନ ରକ୍ଷା କରିବାକୁ ଯାଇ ପୁଲିସ ପାଲଟା ଗୁଳିଚାଳନା କରିଥିଲା। ଏହାପରେ କୁନାର ଗୋଡ଼ରେ ଗୁଳି ବାଜିଥିବା ବେଳେ ସେ ଟଳି ପଡ଼ିଥିଲା। ଏହା ପରେ ପୁଲିସ୍ ତାକୁ ଗିରଫ କରି ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି। ଏହାକୁ ବ୍ରହ୍ମପୁର ପୁଲିସ୍ର ୪୬ ତମ ଏନ୍କାଉଣ୍ଟର୍ ବୋଲି କୁହାଯାଉଛି।