ଜନବସତିରେ କୁମ୍ଭୀର ବସା

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବରଗୁଡ଼ିଦଣ୍ଡା ଗାଁଠାରୁ ମାତ୍ର ୩ଶହ ମିଟର ଦୂରରେ ବଉଳା କୁମ୍ଭୀର ବସା ଠାବ କରାଯାଇଛି। ଏହି ବସାକୁ କୁମ୍ଭୀର ଜଗି ରହିଥିବା ଦେଖିବାକୁ ମିଳିଛି। କୁମ୍ଭୀର ବସାକୁ ନେଇ ଗାଁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଆଜି ଗ୍ରାମର ଜଣେ ବ୍ୟକ୍ତି ଗାଈ ଚରାଇବାକୁ ଯାଇଥିବା ବେଳେ କିଆବୁଦା ନିକଟରେ କୁମ୍ଭୀରଟି ଗାଈ ଉପରକୁ ଝାମ୍ପ ମାରିବାକୁ ଉଦ୍ୟମ କରିଥିଲା। ଏହାପରେ ସେଠାରେ କୁମ୍ଭୀର ବସା ଥିବା ଜଣାପଡ଼ିଥିଲା। ହଂସୁଆ ନଦୀଠାରୁ ୧କିମି ଦୂରରେ ପ୍ରଥମ ଥର ପାଇଁ କୁମ୍ଭୀର ବସା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର