୧୮ ସୁଦ୍ଧା ଦେବେ ଅଦିନିଆ ବର୍ଷା କ୍ଷୟକ୍ଷତି ରିପୋର୍ଟ

୫ ଜିଲ୍ଲାପାଳଙ୍କୁ ଏସ୍‌ଆରସିଙ୍କ ନିର୍ଦେଶ

ଭୁବନେଶ୍ୱର : ଆସନ୍ତା ୧୮ ତାରିଖ ସୁଦ୍ଧା ଭୀଷଣ ଅବପାତ ଜନିତ ଅଦିନିଆ ବର୍ଷାରେ ଫସଲହାନି ହୋଇଥିବା ୫ଟି ଜିଲ୍ଲାର ଜିଲ୍ଲାପାଳମାନେ ରିପୋର୍ଟ ଦେବେ। ଏ ନେଇ ସଂପୃକ୍ତ ଜିଲ୍ଲାପାଳମାନଙ୍କୁ ଆଜି ସ୍ୱତନ୍ତ୍ର ରିଲିଫ କମିସନର(ଏସ୍‌ଆରସି) ବିଷ୍ଣୁପଦ ସେଠୀ ଚିଠି ଲେଖିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ, କୃଷି ଏବଂ ଜଙ୍ଗଲ ଓ ପରିବେଶ ବିଭାଗର କର୍ମଚାରୀମାନଙ୍କୁ ନେଇ ଯୁଗ୍ମ ଟିମ୍‌ ଗଠନ କରି ଫସଲ କ୍ଷୟକ୍ଷତି ଆକଳନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି।

ଏସ୍‌ଆରସି ଦେଇଥିବା ଚିଠିରେ ଗତ ୯, ୧୦ ତାରିଖରେ ୫ଟି ଜିଲ୍ଲାର ୧୯ଟି ବ୍ଲକସେରେ ହୋଇଥିବା ବୃଷ୍ଟିପାତ ସଂପର୍କିତ ତଥ୍ୟ ଉଲ୍ଲେଖ କରିଛନ୍ତିି। ତଥ୍ୟାନୁଯାୟୀ କଟକର ନିଆଳି ବ୍ଲକ; ଜଗତ୍‌ସିଂହପୁରର ଜଗତ୍‌ସିଂହପୁର, ରଘୁନାଥପୁର, ବାଲିକୁଦା, ନାଉଗାଁ, ତର୍ତୋଲ, କୁଜଙ୍ଗ, ଏରସମା ବ୍ଲକ; ଯାଜପୁରର ବରୀ ବ୍ଲକ; କେନ୍ଦ୍ରାପଡ଼ାର ଡେରାବିସ୍‌, ମାର୍ଶାଘାଇ, ମହାକାଳପଡ଼ା, ରାଜନଗର ବ୍ଲକ; ପୁରୀ ଜିଲ୍ଲାର ଅସ୍ତରଙ୍ଗ, ଗୋପ, କାକଟପୁର, କୃଷ୍ଣପ୍ରସାଦ, ପୁରୀ, ସତ୍ୟବାଦୀ ବ୍ଲକରେ ୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିଲା। ଅଦିନିଆ ବର୍ଷାରେ ୩୩% ବା ତଦୁର୍ଧ ଫସଲହାନି ହୋଇଥିବା ଚାଷୀମାନଙ୍କର ତାଲିକା ସହିତ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ନମ୍ବର ପ୍ରସ୍ତୁତ କରିବାକୁ ମଧ୍ୟ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର