ନବୀନ ନିବାସରେ ଟିକେଟ ନେବାକୁ ନେତାଙ୍କ ଭିଡ଼

ନବୀନ ବାବୁ ହେଉଛନ୍ତି କୃଷ୍ଣ ଆମେ ତାଙ୍କ ନାରାୟଣ ସେନା: ଅରୁପ

0

ଭୁବନେଶ୍ବର : ବିଜେଡିର ଚତୁର୍ଥ କିସ୍ତି ପ୍ରାର୍ଥୀ ଘୋଷଣା ପରେ ଗୁରୁବାର ପ୍ରାର୍ଥୀ ହୋଇଥିବା ନେତାମାନେ ଟିକେଟ ନେବାକୁ ପହଞ୍ଚିଥିଲେ। ପ୍ରାର୍ଥୀ ଅରୁଣ ସାହୁ, ବଦ୍ରି ପାତ୍ର, ଅତନୁ ସବ୍ୟସାଚୀ ନାୟକ, ଅଶୋକ ଚନ୍ଦ୍ର ପଣ୍ଡା, ରାଜଶ୍ରୀ ମଲ୍ଲିକ, ପ୍ରଫୁଲ ମଲ୍ଲିକ, ଡାକ୍ତର ନୃସିଂହ ସାହୁ ଓ ଅରୁପ ପଟ୍ଟନାୟକ ପ୍ରମୁଖ ଟିକେଟ ନେବାକୁ ଭିଡ଼ ଦେଖିବାକୁ ମିଳିଥିଲା। ଏହି ଅବସରରେ ଭୁବନେଶ୍ବର ଲୋକସଭା ପାଇଁ ଦଳୀୟ ପ୍ରାର୍ଥୀ ହୋଇଥିବା ଅବସରପ୍ରାପ୍ତ ଆଇପିଏସ ଅଫିସର ଅରୁପ ପଟ୍ଟନାୟକ କହିଥିଲେ, ନବୀନ ହେଉଛନ୍ତି କୃଷ୍ଣ ଆଉ ସେମାନେ ହେଲେ ନବୀନଙ୍କ ନାରାୟଣ ସେନା। ନିର୍ବାଚନରେ ବିଜେଡିର ବିଜୟ ସୁନିଶ୍ଚିତ।

ଭୁବନେଶ୍ବର ଲୋକସଭା ଆସନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଘୋଷିତ ପ୍ରାର୍ଥୀ ତଥା ଅବସରପ୍ରାପ୍ତ ଆଇପିଏସ ଅଫିସର ଅରୁପ ପଟ୍ଟନାୟକ ନବୀନ ନିବାସ ଆସି ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ ସେ କହିଥିଲେ, ଦୀର୍ଘ ୪୦ ବର୍ଷ ଧରି ଆଇପିଏସ ଅଧିକାରୀ ଭାବେ ନିର୍ବାଚନ ପରିଚାଳନା କରିବାର ଅନୁଭୁତି ତାଙ୍କର ରହିଛି। ଅନେକ ରାଜନେତାଙ୍କ ସହ ସେ ବୁଲିଛନ୍ତି। ଅବସର ପରେ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରେରିତ ହୋଇ ସେ ବିଜେଡିରେ ଯୋଗଦେଇଥିଲେ। ଓଡ଼ିଶାର ବିକାଶ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି କୃଷ୍ଣ ଆଉ ଦଳ ର କର୍ମୀ ଭାବେ ସେମାନେ ହେଉଛନ୍ତି ତାଙ୍କର ନାରାୟଣ ସେନା। ଦଳ ସଭାପତି ଯେତେବେଳେ ଯାହା ନିର୍ଦ୍ଦେଶ ଦେବେ ତାକୁ ସେ ଗ୍ରହଣ କରିବେ।

ମହାକାଳପଡ଼ା ବିଧାନସଭା ପାଇଁ ପୁଣି ଥରେ ପ୍ରାର୍ଥୀ ହୋଇଥିବା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଦାବି କରି କହିଛନ୍ତି, ଏଥରକ କେନ୍ଦ୍ରାପଡ଼ା ଲୋକସଭା ବିଜେଡି ଜିତିବା ସହ ୭ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବି ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟ ଲାଭ କରିବେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.