ନେହା ନିହାରିକାଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ

ଭୁବନେଶ୍ୱର: କାର୍ଯ୍ୟକ୍ରମ ପ୍ରାରମ୍ଭରୁ ଓଡ଼ିଶାର ଲୋକପ୍ରିୟ ଯୁବ ଗାୟିକା ନେହା ନିହାରିକାଙ୍କ କଣ୍ଠରେ ପ୍ରସିଦ୍ଧ ହିନ୍ଦୀ ଭଜନ ସତ୍ୟମ୍‌ ଶିବମ୍‌ ସୁନ୍ଦରମ୍‌ର ପରିବେଷଣ ଦର୍ଶକଙ୍କ ମଧ୍ୟରେ ଏକ ନିଆରା ଅନୁଭବ ସୃଷ୍ଟି କରିଥିଲା। ପରେ ପରେ ରୁକେ ରୁକେ ସେ କଦମ୍‌.. ମେରେ ଢୋଲନା… ୟାରା ଶିଲି ଶିଲି.. ଆଦି ବଲିଉଡ୍‌ର ରୋମାଣ୍ଟିକ ସଙ୍ଗୀତ ନେହା ନିହାରିକାଙ୍କ ସୁରିଲା କଣ୍ଠରେ ଶୁଣି ଦର୍ଶକ ଝୁମିଥିଲେ। ଅବସରଥିଲା ନେହା ନିହାରିକାଙ୍କୁ ନେଇ ‘ସ୍ୱରାଞ୍ଜଳି’ ପକ୍ଷରୁ ଜୟଦେବ ଭବନ ପରିସରରେ ‘ରୁକେ ରୁକେ ସେ କଦମ୍‌’ ସଙ୍ଗୀତ ସନ୍ଧ୍ୟା। ଏଥି ସହିତ ନେହାଙ୍କ କଣ୍ଠରୁ ସୁନ୍‌ ରହା ହେ.. ଚୁପ୍‌କେ ଚୁପ୍‌କେ… ଆଦି ସଙ୍ଗୀତ ଶୁଣିବାକୁ ମିଳିଥିଲା। ଦର୍ଶକ ମହଲରୁ କରତାଳି ଜରିଆରେ ନେହାଙ୍କୁ ଶୁଭେଚ୍ଛାର ସୁଅ ଛୁଟି ଥିଲା। ଯୁବ କଣ୍ଠଶିଳ୍ପୀ ଗୌରବ ଏବଂ ଅଭିଜିତ୍‌ ମଧ୍ୟ ନେହାଙ୍କ ସହ ମିଶି ଡୁଏଟ୍‌ ପରିବେଷଣ ସହ ଏକକ ଭାବେ ଦିଲ୍‌ ମେଁ ହେ ତୁମ୍‌.., ତୁହିରେ.., ମେନେ ପୁଛା ଚାନ୍ଦ କୋ.. ୟେ ଦିଲ୍‌… ଆଦି ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ଅତିଥି ଭାବେ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର, ଗୁରୁ ଡ. ଚିତ୍ତରଞ୍ଜନ ପାଣି, ଭାରତୀୟ ବିଦ୍ୟାଭବନର ଏସ୍‌କେ ତାମୋଟିଆ, ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ଗୀତିକାର ପଞ୍ଚାନନ ନାୟକ, କମଳାକାନ୍ତ ମହାନ୍ତି, ଗୁରୁ ଶାରଦା ପ୍ରସନ୍ନ ସାହୁ, ରୟାଲ ସାଇନ୍‌ସ କଲେଜର ଚେୟାରମ୍ୟାନ ବିଷ୍ଣୁମୋହନ ମହାନ୍ତି ଓ ସମୀକ୍ଷକ ଶାନ୍ତନୁ କୁମାର ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ। ସ୍ୱରାଞ୍ଜଳିର ସଭାପତି ସୁଜନ କୁମାର ରାୟଚୌଧୁରୀ, ସମ୍ପାଦକ ବିରଞ୍ଚି ନାରୟଣ କର ଓ ଟ୍ରଷ୍ଟି ମହେଶ କୁମାର ପାଢ଼ ୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର