ନକ୍ସଲଙ୍କ ବୋମା ବିସ୍ଫୋରଣରେ କଲଭର୍ଟ ଉଡିଲା

ମାଲକାନଗିରି : ପଡୋଶୀ ଛତିଶଗଡର ସୁକମା ଜିଲ୍ଲାରେ ଆଜି ନକ୍ସଲ ବିସ୍ଫୋରଣ କରି ଗୋଟିଏ କଲଭର୍ଟକୁ ଉଡାଇ ଦେଇଛନ୍ତି। ଘଟଣା ଅନୁଯାୟୀ ଯବାନମାନେ ଧର୍ମପେଣ୍ଟା ନିକଟରେ କମ୍ବିଂକୁ ଯାଉଥିବା ବେଳେ ଏକ କଲଭର୍ଟରେ ନକ୍ସଲ ପୂର୍ବରୁ ବୋମା ଖଞ୍ଜିଥିଲେ। ଯବାନ ଏହି କଲଭର୍ଟ ପାର ହେବାର କିଛି ସମୟ ପରେ ବିସ୍ଫୋରଣ ହୋଇଥିଲା। ଯଦ୍ୱାରା କଲଭର୍ଟଟି ଉଡିଯାଇଥିଲା। ଏହି ଅଞ୍ଚଳରେ ନକ୍ସଲ ଥିବା ଜାଣିବାପରେ ଯବାନ ସର୍ଚ୍ଚ ଅପରେସନକୁ ଜୋରଦାର କରିଥିଲେ। ପୁଲିସ କହିବା ଅନୁଯାୟୀ ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳି ବିନିମୟ ଘଟିଥଲା। ଏଥିରେ ମଧ୍ୟ କୌଣସି ଯବାନ ଆହତ ହୋଇନଥିବା ଜଣାପଡିଛି।

ସମ୍ବନ୍ଧିତ ଖବର