କଏଦୀଙ୍କ ଅପମୃତ୍ୟୁ ଓ ଜେଲ ସ˚ସ୍କାର ପ୍ରସ˚ଗ : ଜବାବ ଦାଖଲ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ

କଟକ : ଜେଲରେ କଏଦୀଙ୍କ ଅପମୃତ୍ୟୁ ଘଟଣା ଓ ଜେଲ ସ˚ସ୍କାର ପ୍ରସ˚ଗ ସଂପର୍କିତ ଜନସ୍ବାର୍ଥ ମାମଲାରେ ଜବାବ ଦଖଲ ପାଇଁ କେନ୍ଦ୍ର ସରକାରଙ୍କୁ ହାଇକୋର୍ଟ ଶେଷ ସୁଯୋଗ ଦେଇଛନ୍ତି। ପୂର୍ବରୁ ମାମଲାର ଶୁଣାଣି କରି ଆମିକସ୍ କ୍ୟୁରି(କୋର୍ଟ ମିତ୍ର) ଶାଶ୍ବତ ଆଚାର୍ଯ୍ୟ ପ୍ରଦାନ କରିଥିବା ରିପୋର୍ଟ ଉପରେ ଜବାବ ରଖିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆଜି ମାମଲାର ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଏନସିଆରବିକୁ ତଥ୍ୟ ମଗାଯାଇଛି; ସେଠାରୁ ତଥ୍ୟ ଆସିଲେ ଦାଖଲ କରାଯିବ। ମେ’ ପ୍ରଥମ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି।

ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ.ଜାଭେରୀ ଓ ଜଷ୍ଟିସ କେ.ଆର୍. ମହାପାତ୍ରଅଙ୍କୁ ନେଇ ଗଠିତ ଖଣ୍ଡପୀଠ ହାଇକୋର୍ଟ ରେଜିଷ୍ଟ୍ରାର ଜୁଡିସିଆଲଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଦେଶର ବିଭିନ୍ନ ରାଜ୍ୟର ଜେଲରେ କଏଦୀଙ୍କ ଅପମୃତ୍ୟୁ, ଜେଲ ଭିତରେ ବିଭିନ୍ନ ମୌଳିକ ସୁବିଧା, ଜେଲ ସ˚ସ୍କାର ପ୍ରସ˚ଗକୁ ନେଇ ସୁପ୍ରିମକୋର୍ଟରେ ମାମଲା ରୁୁଜୁ ହୋଇଥିଲା। ଏହି ପ୍ରସ˚ଗରେ ସବୁ ହାଇକୋର୍ଟ ନିଜ ଆଡୁ ମାମଲା ରୁଜୁ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର