ବାଲିଯାତ୍ରାରେ ବିଭ୍ରାଟ: ଫେରିଗଲେ ଦୋଳି ବ୍ୟବସାୟୀ

କଟକ : ଏଥର ବାଲିଯାତ୍ରାରେ ଆଉ ଦୋଳିର ମଜା ନେଇ ପାରିବେ ନାହିଁ ଦର୍ଶକ। ସୁଉଚ୍ଚ ଦୋଳିର ର‌ଙ୍ଗବେରଙ୍ଗ ଲାଇଟ୍ ରାତିରେ ବାଲିଯାତ୍ରା ପଡ଼ିଆର ଚମକ୍ ବଢାଉ ଥିବା ବେଳେ ଏଥର ତାହା ସଂପୂର୍ଣ୍ଣ ଫିକା ପଡ଼ିଯିବ। ପ୍ରଶାସନିକ ଅସହଯୋଗ ଏବଂ ଅବ୍ୟବସ୍ଥା ଯୋଗୁଁ ଦୋଳି ବ୍ୟବସାୟୀ ଆଜି ଫେରି ଯାଉଥିବା ସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିବା ପରେ ଆକର୍ଷଣୀୟ ବାଲିଯାତ୍ରା ଆୟୋଜନକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଦୀର୍ଘ ବର୍ଷ ଧରି ବାଲିଯାତ୍ରାକୁ ‌ଦୋଳି ନେଇ ଆସୁଥିବା ୧୨ରୁ ଅଧିକ ଦୋଳି ମାଲିକ ଆଜି ପ୍ରଶାସନର ଖାମଖିଆଲି ନିଷ୍ପତ୍ତିକୁ ନେଇ ଅଭିଯୋଗ କରିଛନ୍ତି। ଅନ୍ୟପଟେ ବାଲିଯାତ୍ରା ପଡିଆରେ ବଡ଼ ଷ୍ଟଲ୍ ଜରିଆରେ ଦର୍ଶକଙ୍କୁ ଆକୃଷ୍ଟ କରୁଥିବା ବିଭିନ୍ନ ବ୍ୟବସାୟିକ ସଂସ୍ଥା ଠିକ ସମୟରେ ଷ୍ଟଲ କାମ ‌େଶଷ ହେବାକୁ ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏଭଳି ସ୍ଥିତିରେ ଷ୍ଟଲ୍ କାମ ଶେଷ ହୋଇ ବ୍ୟବସାୟ ଆରମ୍ଭ କରିବା ବେ‌ଳକୁ ୨୪ ଅଥବା ୨୫ ତାରିଖ ହୋଇଯିବ ବୋଲି ପ୍ରାୟ ସବୁ ବ୍ୟବସାୟୀ ଆଶଙ୍କା କରୁଛନ୍ତି। ଏଭଳି ସ୍ଥିତିରେ ବର୍ଦ୍ଧିତ ବାଲିଯାତ୍ରାର ଅର୍ଥ କ’ଣ ବୋଲି ସେମାନେ ପାଲଟା ପ୍ରଶ୍ନ କରୁଛନ୍ତି।

ସମ୍ବନ୍ଧିତ ଖବର