ବାଲିଯାତ୍ରାକୁ ନେଇ ଅଚଳାବସ୍ଥା : ଓହରିଗଲା ବ୍ୟବସାୟୀ ସଂଘ

କଟକ : ବାଲିଯାତ୍ରା ପ୍ଲଟ୍ ଆବଣ୍ଟନକୁ ନେଇ ଗୋଟିଏ ପରେ ଗୋଟିଏ ବିବାଦ ମୁଣ୍ଡ ଟେକୁଛି। ଏମିତି ଯେ ଆଜି ଜଣଙ୍କ ନାଁରେ ଏକାଧିକ ପ୍ଲଟ୍ ଆବଣ୍ଟିତ ହୋଇପାରିବ ନାହିଁ ବୋଲି ତହସିଲଦାର ନୂଆ ନିୟମ କରିବା ପରେ ବ୍ୟବସାୟୀ ସଂଘ ବାଲିଯାତ୍ରାକୁ ସଂପୂର୍ଣ୍ଣ ବର୍ଜନ କରିଛି। ସଂଘର ବର୍ଜନ ନିଷ୍ପତ୍ତିକୁ ସମର୍ଥନ କରି କଟକ ଟେଣ୍ଟ୍ ହାଉସ୍ ଆସୋସିଏସନ୍, ଦୋଳି ବ୍ୟବସାୟୀ ବି ବାଲିଯାତ୍ରାରୁ ଓହରି ଯାଇଥିବା ଘୋଷଣା କରିଛି। ଏଭଳି ସ୍ଥିତିରେ ପୁଣି ୪ହଜାର ବର୍ଗଫୁଟ୍‌ରୁ ଅଧିକ ପ୍ଲଟ୍ ନେଉଥିବା ବଡ଼ ବ୍ୟବସାୟୀ ମାନେ ବି ଜିଲ୍ଲାପାଳଙ୍କଠାରୁ ଅନୁମତି ମିଳିବାରେ ବିଳମ୍ବକୁ ନେଇ ପ୍ରବଳ ଅସ‌େନ୍ତାଷ ପ୍ରକାଶ କରିଛନ୍ତି। ଫଳରେ ବାଲିଯାତ୍ରାକୁ ନେଇ ଅଚଳାବସ୍ଥା ସୃଷ୍ଟି ହୋଇଛି।

ଅନ୍ୟ ପକ୍ଷରେ ଆଜି ଷଷ୍ଠ ଦିନରେ ମାତ୍ର ୫୬ଟି ପ୍ଲଟ୍ ଆବଣ୍ଟିତ ହୋଇଛି। ଏ ବାବଦରେ ମୋଟ୍ ୫ଲକ୍ଷ ୮୦ହଜାର ୮୦୦ଟଙ୍କା ଆଦାୟ ‌େହାଇଛି। ଏହାକୁ ମିଶାଇ ଗତ ଛଅ ଦିନ ଭିତରେ ମୋଟ୍ ୭୧୫ଟି ପ୍ଲଟ୍ ଆବଣ୍ଟିତ ହୋଇଥିବା ବେଳେ ୬୦ଲକ୍ଷ ୫ହଜାର ଟଙ୍କା ଆଦାୟ ହୋଇଥିବ ଜଣାପଡ଼ିଛି।

ସମ୍ବନ୍ଧିତ ଖବର