କଟକ, ବ୍ରହ୍ମପୁର ମେଡିକାଲ କଲେଜ ଅଧ୍ୟାପକଙ୍କ ପ୍ରୋତ୍ସାହନ ରାଶି ବଢ଼ିଲା : ମାସକୁ ପାଇବେ ୨୦ହଜାର ଟଙ୍କା

0 91

ଭୁବନେଶ୍ୱର : କଟକସ୍ଥିତ ଏସ୍‌ସିବି ଓ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ପ୍ରି-କ୍ଲିନିକାଲ୍‌ ଓ ପାରା-କ୍ଲିନିକାଲ୍‌ରେ କାର୍ଯ୍ୟରତ ଅଧ୍ୟାପକଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି କରାଯାଇଛି। ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଓ ସହକାରୀ ପ୍ରଫେସର୍‌ଙ୍କୁ ଏଣିକି ମାସିକ ୨୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଏ ନେଇ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦେଶନାମା ପ୍ରକାଶ ପାଇଛି।

ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଆନାଟୋମି, ଫିଜିଓଲୋଜି, ବାଇଓ-କେମିଷ୍ଟ୍ରି, ଫାର୍ମାକୋଲୋଜି, ଫରେନ୍ସିକ୍‌ ମେଡିସିନ୍‌ ଏଣ୍ଡ ଟକ୍ସିକୋଲୋଜି ବା ଏଫ୍‌ଏମ୍‌ଟି, ପାଥୋଲୋଜି, ମାଇକ୍ରୋ-ବାଇଓଲୋଜି ଓ କମ୍ୟୁନିଟି ମେଡିସିନ୍‌ରେ କାର୍ଯ୍ୟରତ ଅଧ୍ୟାପକମାନଙ୍କୁ ଏହି ଭତ୍ତା ମିଳିବ। ପୂର୍ବରୁ ଭିମ୍‌ସାର୍‌ ଓ ନୂତନ ମେଡିକାଲ କଲେଜରେ ଏହିସବୁ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଧ୍ୟାପକଙ୍କୁ ଏହି ପ୍ରୋତ୍ସାହନ ରାଶି ଦିଆଯାଇଛି। ସେହିପରି ସରକାରୀ ମେଡିକାଲ କଲେଜରେ ଏହିସବୁ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଡିନ୍‌, ଅଧ୍ୟକ୍ଷ ଓ ଅଧୀକ୍ଷକମାନେ ମଧ୍ୟ ଏହି ପ୍ରୋତ୍ସାହନ ରାଶି ପାଇପାରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.