କଟକ : କଟକର ଚୌଦ୍ବାର-କଟକ ଓ ବାଙ୍କି ନିର୍ବାଚନ ମଣ୍ଡଳୀ ଉପରେ ଭିନ୍ନ କାରଣରୁ ସମସ୍ତଙ୍କ ନଜର ରହିଥିଲା। ଉଭୟ ଆସନରେ ଦୁଇ ବିଧାୟକଙ୍କ ବଦଳରେ ସେମାନଙ୍କ ପୁଅ ନିର୍ବାଚନ ଲଢୁଥିଲେ। ଦୁଇ କମ ବୟସର ଯୁବକ ବରିଷ୍ଠଙ୍କୁ ବାଜିମାତ ଦେବାରେ କେତେ ସଫଳ ହେବେ, ତାହାକୁ ନେଇ କେତେକ ମହଲରେ ଆଶଙ୍କା ରହିଥିଲା। କିନ୍ତୁ ଉଲ୍ଲେଖନୀୟ ଭୋଟ ବ୍ୟବଧାନରେ ଚୌଦ୍ବାର-କଟକରୁ ବିଜେଡି ପ୍ରାର୍ଥୀ ଭାବେ ପ୍ରଭାତ ବିଶ୍ବାଳଙ୍କ ପୁଅ ସୌଭିକ ବିଶ୍ବାଳ ଏବଂ ବାଙ୍କିରୁ ପ୍ରଭାତ ତ୍ରିପାଠୀଙ୍କୁ ପୁଅ ଦେବୀରଂଜନ ତ୍ରିପାଠୀ ବିଜୟୀ ହେଲେ। ଅବଶ୍ୟ ୨୦୧୪ରେ ବାପଙ୍କ ତୁଳନାରେ କମ ଭୋଟ ପାଇବା ସହ ଦୁଇ ଯୁବ ପ୍ରାର୍ଥୀଙ୍କ ବିଜୟ ବ୍ୟବଧାନ ବି ସେମାନଙ୍କ ବାପାଙ୍କ ତୁଳନାରେ କମ ରହିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସୌଭିକ ୬୪ ହଜାର ୬୮୬ ଖଣ୍ଡ ଭୋଟ ପାଇ ୨୧ ହଜାର ୫୮୪ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। କିନ୍ତୁ ୨୦୧୪ରେ ପ୍ରଭାତ ବିଶ୍ବାଳ ୭୦ ହଜାର ୮୮୦ ଖଣ୍ଡ ଭୋଟ ପାଇବା ସହ ୪୧ ହଜାର ୩୬୫ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ।
ସେହିଭଳି ଦେବୀରଂଜନ ତ୍ରିପାଠୀ ୭୪ ହଜାର ୫୯୯ ଖଣ୍ଡ ଭୋଟ ପାଇ ୨୪ ହଜାର ୧୧୮ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। କିନ୍ତୁ ୨୦୧୪ରେ ପ୍ରଭାତ ତ୍ରିପାଠୀ ୮୫ ହଜାର ୮୦୯ ଖଣ୍ଡ ଭୋଟ ପାଇଥିବା ବେଳେ ୪୩ ହଜାର ୭୫୮ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ।