କଟକ ସିଟି ହସ୍ପିଟାଲରେ ଡାକ୍ତରଙ୍କଠାରେ କରୋନା ଚିହ୍ନଟ ପରେ ପ୍ରଶାସନର କଡ଼ା ପଦକ୍ଷେପ
ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଡାକ୍ତର ଓ ରୋଗୀଙ୍କର କରୋନା ଟେଷ୍ଟ
କଟକ: ଓଡ଼ିଶାରେ ପ୍ରଥମ ଥର ପାଇଁ କଟକ ସିଟି ହସ୍ପିଟାଲରେ ଡାକ୍ତରଙ୍କ ଠାରେ କରୋନା ଚିହ୍ନଟ ହୋଇଥିଲା। ସଂକ୍ରମଣକୁ ଦୃଷ୍ଟିରେ ରଖି ଡାକ୍ତରଙ୍କ ସଂଶସ୍ପର୍ସରେ ଆସିଥିବା ସମସ୍ତ ଡାକ୍ତର ଓ ରୋଗୀଙ୍କର କରୋନା ଟେଷ୍ଟ କରାଯିବ । ଡାକ୍ତର ଜଣକ ଯାଇଥିବା ସମସ୍ତ ଜାଗା ଚିହ୍ନଟ କରାଯିବା ସହିତ ସବୁ ସ୍ଥାନକୁ ସଂପୂର୍ଣ୍ଣ ବିଶୋଧନ କରାଯାଉଛି ବୋଲି କଟକ ଜିଲ୍ଲାପାଳ ଏନେଇ ସୂଚନା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏବେ ଆକ୍ରାନ୍ତ ଡାକ୍ତର ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଶିଶୁରୋଗ ବିଭାଗର ଏହି ଡାକ୍ତର କିଛି ଦିନ ହେବ ଜ୍ୱରରେ ପୀଡ଼ିତ ଥିଲେ । ସନ୍ଦେହ ହେବାରୁ ତାଙ୍କର ସ୍ୱାବ ନମୁନା ପରୀକ୍ଷା ଲାଗି ପଠାଯାଇଥିଲା । ଏବେ ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ସେ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି । ଏହାପରେ ତାଙ୍କୁ ଚିକିତ୍ସା ଲାଗି କଟକସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ସଂପୃକ୍ତ ଡାକ୍ତରଙ୍କ ସଂପର୍କରେ ଆସିଥିବା ହସ୍ପିଟାଲର ଅନ୍ୟ ୧୬ ଜଣଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ଜଣାଯାଇଛି ।
ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ଆଜି ଚିହ୍ନଟ ହୋଇଥିବା କଟକ ଜିଲ୍ଲାର ୧୬ ଜଣ ପଜିଟିଭଙ୍କ ମଧ୍ୟରୁ ଜଣେ ତାମିଲନାଡ଼ୁ ଫେରନ୍ତା ଥିବା ବେଳେ ୩ ଜଣ ଆନ୍ଧ୍ରପ୍ରଦେଶ ଫେରନ୍ତା, ୫ଜଣ ମହାରାଷ୍ଟ୍ର ଓ ୩ଜଣ ଦୁବାଇ ଫେରନ୍ତା ଥିବା ବେଳେ ଜଣେ ସ୍ଥାନୀୟ ଲୋକ ଥିଲେ।