ଜିଦ୍‌ରେ ଅଟଳ ଆଇନଜୀବୀ : ଅଭିଯୁକ୍ତ ଗିରଫ ନ ହେବା ଯାଏଁ କାର୍ଯ୍ୟବନ୍ଦ

ନବୀନ ନିବାସ ଘେରାଉ ପାଇଁ ଚେତାବନୀ

କଟକ : ଆଇନଜୀବୀ ଆନ୍ଦୋଳନ ଅକ୍ଟୋବର ୧୨ ପର୍ଯ୍ୟନ୍ତ ଜାରି ରହିବ। ଅଭିଯୁକ୍ତଙ୍କ ଗିରଫଦାରୀ ନ ହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବା ଜିଦ୍‌ରେ ଆଇନଜୀବୀମାନେ ଅଟଳ ରହିଛନ୍ତି। ଏହି ସମୟ ମଧୢରେ ରାଜ୍ୟ ସରକାର କୌଣସି ପଦକ୍ଷେପ ନନେଲେ ନବୀନ ନିବାସ ଘେରାଉ କରାଯିବ। ହାଇକୋର୍ଟ ବାର‌୍‌ ଆସୋସିଏସନ୍‌ ସାଧାରଣ ପରିଷଦ ଓ ଗଠିତ ଆକ୍ସନ କମିଟି ବୈଠକରେ ସର୍ବସମ୍ମତି କ୍ରମେ ଆଜି ଏହି ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷରେ ଅକ୍ଟୋବର ୧୩ରୁ ଦଶହରା ଅବକାଶ ପାଇଁ ଅଦାଲତ ୧୨ ଦିନ ଛୁଟି ରହୁଥିବାରୁ ସାଧାରଣ ଲୋକଙ୍କ ଚିନ୍ତା ବଢି ଯାଇଛି।

ହାଇକୋର୍ଟ ବାର‌୍‌ ଆସୋସିଏସନ୍‌ ସଭାପତି ଶ୍ରୀକାନ୍ତ କୁମାର ନାୟକଙ୍କ ଅଧୢକ୍ଷତାରେ ଅନୁଷ୍ଠିତ ଆଜିର ବୈଠକରେ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ଆକ୍ରମଣ ମାମଲାରେ ସରକାରୀ ନିଷ୍କ୍ରିୟତାକୁ ନେଇ ଆଇନଜୀବୀମାନେ ପ୍ରଶ୍ନ ଉଠାଇଥିଲେ। ଏହି ଘଟଣାରେ ତଦନ୍ତ ପ୍ରକ୍ରିୟାକୁ ନେଇ ବୈଠକରେ ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ। ଘଟଣାରେ ସ˚ପୃକ୍ତ ପୁଲିସ କର୍ମଚାରୀଙ୍କ ଗିରଫଦାରୀ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା। ଏଥିସହିତ ପରବର୍ତ୍ତୀ ବୈଠକ ପୂର୍ବରୁ ସମସ୍ୟାର ସମାଧାନ ଯଦି ନ ହୁଏ ତେବେ ଭୁବନେଶ୍ବର ଯାଇ ନବୀନ ନିବାସ ଘେରାଉ କରାଯିବ ବୋଲି ଆଜି ନିଷ୍ପତ୍ତି ନିଆଯାଇଛି।

ବୈଠକରେ ଅନ୍ୟମାନଙ୍କ ମଧୢରେ ଉପସଭାପତି ବ˚ଶୀଧର ଶତପଥୀ, ସ˚ପାଦକ ସତ୍ୟବ୍ରତ ମହାନ୍ତି, ଯୁଗ୍ମସ˚ପାଦକ ର˚ଜନ ନାୟକ, ସହକାରୀ ସ˚ପାଦକ ପ୍ରଦୀପ ମହାନ୍ତି, ପାଠାଗାର ସହକାରୀ ସ˚ପାଦକ ସୁରେଶ ଜେନା, ସମସ୍ତ କାର୍ଯ୍ୟନିର୍ବାହୀ ସଦସ୍ୟ, କଟକ ବାର‌୍‌ ସଭାପତି ଉମାକାନ୍ତ ନନ୍ଦ, ସ˚ପାଦକ ନରେଶ ଚନ୍ଦ୍ର ଜେନା, ପୂର୍ବତନ ସ˚ପାଦକ କ୍ଷେତ୍ରମୋହନ ଧଳ, କ୍ରିମିନାଲ କୋର୍ଟସ୍‌ ବାର‌୍‌ ଆସୋସିଏସନ୍‌ ସଭାପତି ଅକ୍ଷୟ କୁମାର ପତି, ଉପସଭାପତି ଟଙ୍କଧର ମିଶ୍ର, ସ˚ପାଦକ ପ୍ରଦୀପ ପରିଡା, ଯୁଗ୍ମସ˚ପାଦକ ବିଷ୍ଣୁପ୍ରିୟା ବେହେରା, କୋଷାଧୢକ୍ଷ ଲକ୍ଷ୍ମୀନାରାୟଣ ଦାସ, ଜଗନ୍ନାଥ ମହାନ୍ତି, ସ୍ମୃତିର˚ଜନ ରାଉତଙ୍କ ସହିତ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟା ଦୃଷ୍ଟିରୁ କଚେରି ନିକଟରେ ଥିବା କୌଣସି ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟବନ୍ଦ ପାଇଁ ପଦକ୍ଷେପ ନିଆଯିବ ନାହିଁ ବୋଲି କ୍ରିମିନାଲ କୋର୍ଟସ୍‌ ବାର‌୍‌ ଆସୋସିଏସନ୍‌ ସଭାପତି ଅକ୍ଷୟ କୁମାର ପତି ସୂଚନା ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ଅଗଷ୍ଟ ୨୯ରୁ ଆରମ୍ଭ ହୋଇଥିବା ଆଇନଜୀବୀ ଆନ୍ଦୋଳନ ଆଜି ୪୩ ଦିନରେ ପହଞ୍ଚିଥିବା ବେଳେ ଏଥି ଯୋଗୁ ହାଇକୋର୍ଟ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ନିମ୍ନ ଅଦାଲତରେ ଅଚଳାବସ୍ଥା ଲାଗି ରହିଛି।

ଶୁଣାଣି ଘୁଞ୍ଚିଲା

କଟକ : ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ପୁଲିସ ମାଡ ଘଟଣାକୁ ନେଇ ଦାୟର ମାମଲାର ଆଜି ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌.ଜାଭେରୀ ଓ ଜଷ୍ଟିସ କେ.ଆର‌୍‌.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ତପୀଠରେ ଶୁଣାଣି ହୋଇଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୨କୁ ଧାର୍ଯ୍ୟ କରାଯାଇଛି। ତଦନ୍ତର ସ୍ଥିତି ଓ ଗ୍ରହଣ କରାଯାଇଥିବା ପଦକ୍ଷେପ ସ˚ପର୍କରେ କ୍ରାଇମବ୍ରାଞ୍ଚ ପରବର୍ତ୍ତୀ ଶୁଣାଣି ସମୟରେ ତଥ୍ୟ ଉପସ୍ଥାପନ କରିବ। ସୂଚନା ଯୋଗ୍ୟ ଯେ ଏହି ଘଟଣାକୁ ନେଇ କଟକ ବାର‌୍‌ ସଭାପତି ଓ ସ˚ପାଦକ ଗୋଟିଏ ମାମଲା ଦାୟର କରିଥିବାବେଳେ ନ୍ୟାସନାଲିଷ୍ଟ ଲୟର୍ସ ଫୋରମ ଓ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ବାଇଁଙ୍କ ପକ୍ଷରୁ ଅନ୍ୟ ଦୁଇଟି ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର