ସାଇବର ଅପରାଧ ବଢ଼ୁଛି : ଅଢ଼େଇ ବର୍ଷରେ ୧୫୩୨ ମାମଲା

ଭୁବନେଶ୍ୱର : ରାଜ୍ୟରେ ସାଇବର୍‌ ଅପରାଧ ବଢ଼ିଚାଲିଛି। ତାହା ମଧ୍ୟରେ ଅଶ୍ଳୀଳ ଭିଡିଓ ଭାଇରାଲ୍‌ ଅପରାଧ ବି ବଢ଼ୁଛି। ୨୦୧୬ ଜାନୁଆରିରୁ ୨୦୧୮ ଜୁନ୍‌ ମଧ୍ୟରେ ୧୫୩୨ ସାଇବର୍‌ ମାମଲା ରୁଜୁ ହୋଇଛି। ୨୦୧୬ରେ ୩୧୭, ୨୦୧୭ରେ ୮୨୪ ଓ ୨୦୧୮ରେ(ପ୍ରଥମ ୬ ମାସ) ୩୯୧ ମାମଲା ହୋଇଛି। ଏଥିରେ ମୋଟ୍‌ ୩୭୩ ଜଣ ଗିରଫ ହୋଇଛନ୍ତି। ୨୦୧୭ରେ କେବଳ ଅଶ୍ଳୀଳ ଭିଡିଓ ଭାଇରାଲ୍‌ ଘଟଣାରେ ୧୮୫ ମାମଲା ରୁଜୁ ହୋଇଛି ଓ ୮୫ ଜଣ ଗିରଫ ହୋଇଛନ୍ତି। ବିଧାୟିକା ରାଧାରାଣୀ ପଣ୍ଡାଙ୍କ ଏକ ପ୍ରଶ୍ନର ଉତ୍ତରରେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତଥ୍ୟ ଦେଇଛନ୍ତି।

ସମ୍ବନ୍ଧିତ ଖବର