ଭ୍ୟାନ ଧକ୍କାରେ ପ୍ରାଣ ହରାଇଲେ ସାଇକେଲ ଆରୋହୀ

ରାୟଗଡ଼ା: ରାୟଗଡା ଜିଲ୍ଲାରେ ଥିବା ରାୟଗଡ଼ା- ଗୁଣୁପୁର ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିବା ଫଳରେ ଜଣଙ୍କର ପ୍ରାଣହାନି ଘଟିଥିବା ଜଣାଯାଇଛି। ଖାଲି ସେତିକି ନୁହେଁ ଜଣେ ଗୁରୁତର ଆହତ ବି ହୋଇଥିବାର ଖବର ମିଳିଛି।

ମିଳିଥିବା ସୂଚନା ଅନୁସାରେ ରାୟଗଡା ଜିଲ୍ଲାର ରାୟଗଡ଼ା- ଗୁଣୁପୁର ରାସ୍ତାରେ ଥିବା ଭୁଜବଳ ଗାଁ ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣା ଘଟିଛି । ସେଠାରେ ଏକ ଭ୍ୟାନ ଧକ୍କାରେ ଜଣେ ସାଇକେଲ ଆରୋହୀ ପ୍ରାଣ ହରାଇଛନ୍ତି । ମୃତ ବ୍ୟକ୍ତିଙ୍କ ନାମ  ଜି ଚୈତନ୍ୟ ବୋଲି ଜଣାପଡିଛି । ସେ ଜେକେ ପେପର ମିଲରେ କାମ କରୁଥିଲେ ବୋଲି ବି ଜଣାଯାଇଛି  । ଭ୍ୟାନଟି ଦ୍ରୁତ ଗତିରେ ଆସି ତାଙ୍କ ସାଇକେଲକୁ ଧକ୍କା ଦେଇଥିଲା । ଫଳରେ ସେ ରାସ୍ତା କଡ଼କୁ ଛିଟିକି ଯାଇ ପଡ଼ିଥିଲେ ଏବଂ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ ।

ଏହି ଦୁର୍ଘଟଣାରେ ଆଉ ଜଣେ ଆହତ ହୋଇଛନ୍ତି । ଆହତ ଲୋକଙ୍କ ନାମ ବୀରସେନ ସିଂହ ବୋଲି ଜଣାଯାଇଛି। ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Image result for rayagada

ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଖାଲିସେତିକି ନୁହେଁ, ଏହି ଦୁର୍ଘଟଣାର ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳବାସୀ ରାସ୍ତାରୋକ କରିଥିବା ଜଣାଯାଇଛି। ଘଟଣାସ୍ଥଳରେ ଚାନ୍ଦିଲି ପୁଲିସ ପହଞ୍ଚିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର