ଆଜିଠାରୁ ଆରମ୍ଭ ହେଲା ବାତ୍ୟା ଫନିର କ୍ଷତି ଆକଳନ ପ୍ରକ୍ରିୟା, ମେ’୨୨ସୁଦ୍ଧା ଶେଷ ହେବା ନେଇ ସୂଚନା

ଭୁବନେଶ୍ୱର : ବାତ୍ୟା ଫନିକୁ ୧୩ଦିନ ବିତି ଯାଇଥିବା ବେଳେ ଏବେ ଓଡ଼ିଶାକୁ ପୁଣି ଥରେ ନୂଆ କରି ଗଢ଼ିବାରେ ଲାଗି ପଡ଼ିଛନ୍ତି ସରକାର । ଆଜିଠାରୁ ବାତ୍ୟା ଫନି ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲାଗୁଡ଼ିକୁ ସ୍ୱତନ୍ତ୍ର ରିଲିଫ୍‌ କମିସନରଙ୍କ ଦ୍ୱାରା ଗଠନ କରାଯାଇଥିବା ଟିମ୍‌ କ୍ଷତି ଆକଳନ ପାଇଁ ବାହାରିବେ ବୋଲି ସୂଚନା ମିଳିଛି । ଏ ନେଇ ମୋବାଇଲ ଯୋଗେ ମେସେଜ ପଠାଇ ସ୍ୱତନ୍ତ୍ର ରିଲିଫ୍‌ କମିସନର ସୂଚନା ଦେଇଛନ୍ତି ।

Quartz

ଏହି ମେସେଜରେ, ବାତ୍ୟା ଫନି ଦ୍ୱାରା କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକରେ ବିଭାଗୀୟ କର୍ମଚାରୀ ଦଳ ଘର ଘର ଯାଇ କ୍ଷତି ଆକଳନ କରିବେ । ଘର, ଫସଲ, ପ୍ରାଣୀ ସମ୍ପଦ, ଡ଼ଙ୍ଗା ଓ ଜାଲ, ମାଛ ପୋଖରୀ, ମାଛ ଯାଁଳ କେନ୍ଦ୍ର, ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗରଙ୍କ କ୍ଷୟକ୍ଷତି ସମ୍ପର୍କରେ ତଥ୍ୟ ସଂଗ୍ରହ ଏବଂ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବେ । ଏହି କାର୍ଯ୍ୟ ମେ’ ୨୨ ତାରିଖ ସୁଦ୍ଧା ଶେଷ ହେବ ବୋଲି ଲେଖାଯାଇଛି ।

ସମ୍ବନ୍ଧିତ ଖବର