ଆସନ୍ତାକାଲି ସକାଳୁ ସମସ୍ତ ଦୋକାନ ବଜାର, କାର୍ଯ୍ୟାଳୟ, ଗାଡ଼ି ଚଳାଚଳ ବନ୍ଦ ରଖିବା ସହ ଜନସାଧାରଣ ବାହାରକୁ ନ ଯିବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ତରଫରୁ ଅନୁରୋଧ

ଭୁବନେଶ୍ୱର : ପାଖେଇ ଆସୁଛି ବାତ୍ୟା ‘ଫନି’। ଆଉ ମାତ୍ର ୨୪୦ କିଲୋମିଟର ଦୂରରେ ରହିଛି । ଆସନ୍ତାକାଲି ସକାଳ ୮ଟାରୁ ୧୦ଟା ମଧ୍ୟରେ ଏହା ପୁରୀ ଆଖପାଖ ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୨୨୫ କିଲୋମିଟର ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସର୍ତକ ସୂଚନା ଜାରି କରାଯାଇଛି। ତେଣୁ ସମ୍ଭାବ୍ୟ ବାତ୍ୟାର ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସକାଳୁ ସମସ୍ତ ଦୋକାନ ବଜାର, କାର୍ଯ୍ୟାଳୟ, ଗାଡ଼ି ଚଳାଚଳ ବନ୍ଦ ରଖିବା ସହ ଜନସାଧାରଣ ବାହାରକୁ ନ ଯାଇ ପକ୍କା ଏବଂ ନିରାପଦ ଗୃହରେ ରହିବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ତରଫରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର