ତିତଲି ପ୍ରଭାବରେ ଗୃହପାଳିତ ପଶୁଙ୍କ ମୃତ୍ୟୁ ଓ ଆସବାବପତ୍ର ନଷ୍ଟ ପାଇଁ ମିଳିବ ଆର୍ଥିକ ସହାୟତା

ଭୁବନେଶ୍ୱର: ତିତଲି ତିତଲି ପ୍ରଭାବରେ ଭାଙ୍ଗି ଥିବା ଘର ଲୋକଙ୍କୁ କ୍ଷତିପୂରଣ ମିଳିବା ସହ ଗୃହପାଳିତ ପଶୁଙ୍କ ମୃତ୍ୟୁ ପାଇଁ ସହାୟତା ରାଶି ମିଳିବ। ଏହାସହ ଘରର ଆସବାବପତ୍ର ନଷ୍ଟ ପାଇଁ ବି ଆର୍ଥିକ ସହାୟତା ମିଳିବ ବୋଲି ଡେପୁଟି ଏସଆରସି ପ୍ରଭାତ ମହାପାତ୍ର ସୂଚନା ଦେଇଛନ୍ତି । ତିତଲି ପ୍ରଭାବରେ ଗାଈ ମୃତ୍ୟୁ ହୋଇଥିବା ପରିବାରକୁ ୩୦ ହଜାର ଓ ବଳଦ ମୃତ୍ୟୁ ପରିବାରକୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ସହାୟତା ରାଶି ମିଳିବ।

ସେହିପରି ଯଦି ଛେଳି କିମ୍ବା ମେଣ୍ଢା ମରିଥିଲେ ୩ ହଜାର ଟଙ୍କା ଲେଖାଏଁ ସହାୟତା ମିଳିବ ବୋଲି ଡେପୁଟି ଏସଆରସି ସୂଚନା ଦେଇଛନ୍ତି । ସମତଳ ଅଞ୍ଚଳରେ ଘର ଭାଙ୍ଗିଥିଲେ ୯୫ ହଜାର ଟଙ୍କା ସହାୟତା ଦିଆଯିବ। ପାହାଡିଆ ଅଞ୍ଚଳରେ ଘର ଭାଙ୍ଗିଥିଲେ ୧ ଲକ୍ଷ ୧ହଜାର ୯୦୦ ଟଙ୍କା ମିଳିବ । ଏହା ସହ କଚ୍ଚା ଘର ଆଂଶିକ ଭାଙ୍ଗିଥିଲେ ୩ ହଜାର ୨ ଶହ ଓ ପକ୍କା ଘର ଭାଙ୍ଗିଥିଲେ ୫ ହଜାର ୨ ଶହ ଟଙ୍କା ମିଳିବ । ଏପରିକି ବାସନକୁସନ ଓ ଲୁଗାପଟା ନଷ୍ଟ ହୋଇଥିଲେ ୩୮ ଶହ ଟଙ୍କା ଆର୍ଥିକ ସହାୟତ ମିଳିବ ବୋଲି ସୂଚନା ଦେଇଛନ୍ତି ଡେପୁଟି ଏସଆରସି ।

ସମ୍ବନ୍ଧିତ ଖବର