ଆଉ କିଛି ସମୟ ମଧ୍ୟରେ ସ୍ଥଳଭାଗ ଛୁଇଁବ ତିତ୍‌ଲି

ଭୁବନେଶ୍ୱର : ମାଡି ଆସୁଛି ବାତ୍ୟା ତିତ୍‌ଲି। ଆଉ ମାତ୍ର ଏକ ଘଣ୍ଟା ମଧ୍ୟରେ ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବ। ଘଣ୍ଟାପ୍ରତି ୨୦ କିଲୋମିଟର ବେଗରେ ଆସୁଛି ତିତ୍‌ଲି। ଗୋପାଳପୁରଠାରୁ ଆଉ ମାତ୍ର ୮୫ କିମି ଦୂରରେ ବାତ୍ୟା ତିତ୍‌ଲି । ଏହା ଯେତେଯେତେ ପାଖେଇ ଆସୁଛି ତାର ତାଣ୍ଡବ ସେତେବେଳେ ଗୋପାଳପୁରରେ ରଚି ଚାଲିଛି। ରାତି ପ୍ରାୟ ସାଢ଼େ ୩ଟା ସମୟରେ ଗୋପାଳପୁରରେ ୧୨୦ରୁ ୧୨୫ କିଲୋମିଟର ବେଗରେ ପବନ ବହୁଥିବା ବେଳେ ଏବେ ଏହା ବୃଦ୍ଧି ପାଇଁ ୧୪୦ କିଲୋମିଟର ବେଗରେ ପ୍ରବାହିତ ହେଉଛି। ବାତ୍ୟା ତିତ୍‌ଲି ୩ ଘଣ୍ଟା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ସୂଚନା ମିଳୁଛି।

ତାତିଲ୍‌ ପ୍ରଭାବରେ ଗୋପାଳପୁର ନିକଟରେ ସମୁଦ୍ର ଅଶାନ୍ତ ହୋଇ ଉଚ୍ଚ ଢେଉମାନ କୂଳରେ ପିଟି ହେଉଥିବା ବେଳେ ପ୍ରବଳ ବେଗରେ ପବନ ବହିବାରେ ଲାଗିଛି। ବର୍ତ୍ତମାନ ୧୪୦ କିଲୋମିଟର ବେଗରେ ପବନ ବହୁଥିବାରୁ ଅନେକ ସ୍ଥାନରେ ଗଛ ଭାଙ୍ଗି ପଡିବା ସହ ଚାଳଘର ଛପର ସମେତ ଆଜବେଷ୍ଟ ଉଡି ଯାଇଥିବାର ଦେଖିବାକୁ ମିଳୁଛି। ଏହାର ପ୍ରଭାବରେ ଗୋପାଳପୁର, ଖୋର୍ଦ୍ଧା, ଭୁବନେଶ୍ୱର, ବାଲେଶ୍ୱର ସମେତ ବହୁ ସ୍ଥାନରେ ବର୍ଷା ଓ ପବନ ଲାଗି ରହିଛି। ବାତ୍ୟା ଯେତେଯେତେ ପାଖେଇ ଆସୁଛି ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହେବାରେ ଲାଗିଛି।

ସମ୍ବନ୍ଧିତ ଖବର