ଡି ଏନ୍‌ ଗୁପ୍ତାଙ୍କ ଇସ୍ତଫା ମଞ୍ଜୁର କରି କେନ୍ଦ୍ରକୁ ପଠାଗଲା

ଭୁବନେଶ୍ୱର : ଓଡ଼ିଶା କ୍ୟାଡ଼ର ବରିଷ୍ଠ ଆଇଏଏସ୍‌ ଅଫିସର ଡି ଏନ୍‌ ଗୁପ୍ତାଙ୍କ ଇସ୍ତଫାକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି। ତାଙ୍କ ସ୍ୱେଚ୍ଛାକୃତ ଅବସର ସଂପର୍କିତ ଫାଇଲ ଆଜି କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଛି। କେନ୍ଦ୍ର ସରକାର ଅନୁମୋଦନ ଦେବା ପରେ ତାଙ୍କୁ ବିଧିବଦ୍ଧ ଭାବେ ସରକାରୀ ଚାକିରିରୁ ଅବ୍ୟାହତି ମିଳିବ ବୋଲି କୁହାଯାଇଛି। ବିଜେପୁର ଉପନିର୍ବାଚନ ପୂର୍ବରୁ ଶ୍ରୀ ଗୁପ୍ତାଙ୍କୁ ରାଜ୍ୟ ନିର୍ବାଚନ ଅଧିକାରୀ ପଦବିରୁ ଅପସାରଣ କରାଇ ନେବାଲାଗି ଭାରତର ନିର୍ବାଚନ କମିସନ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ପରେ ସରକାର ତାଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସ୍‌ଡି ଭାବେ ନିଯୁକ୍ତି ଦେଇଥିଲେ ହେଁ, ସେ ଚାକିରିରୁ ଇସ୍ତଫା ଦେଇଥିଲେ।

ସମ୍ବନ୍ଧିତ ଖବର