ଶ୍ରୀମନ୍ଦିରରେ ଦଇତା ପ୍ରବେଶ ଆଜି : ସ୍ନାନଯାତ୍ରାରୁ ନୀଳାଦ୍ରି ବିଜେ ଯାଏ କରିବେ ଠାକୁରଙ୍କ ସେବା

ପୁରୀ : ଆସନ୍ତାକାଲି ଶ୍ରୀମନ୍ଦିରରେ ଦଇତା ପ୍ରବେଶ କରିବେ। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ସ୍ନାନପୂର୍ଣ୍ଣିମାରୁ ନିଳାଦ୍ରୀ ବିଜେ ପର୍ଯର୍୍ୟନ୍ତ ସମସ୍ତ ଗୁରୁତ୍ଵପୂର୍ଣ୍ଣ ସେବା ଦଇତାମାନେ ହିଁ ବହନ କରିଥାନ୍ତି। ଆସନ୍ତାକାଲିଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଦଇତାପତିମାନେ ମହାପ୍ରଭୁଙ୍କ ସେବାରେ ପ୍ରମୁଖ ଭୂମିକା ତୁଲାଇବେ। ଏଥି ପାଇଁ ସେବକମାନେ ପ୍ରସ୍ତୁତ ଥିବା ନିଯୋଗର ସଭାପତି ରାମକୃଷ୍ଣ ଦାସ ମହାପାତ୍ର ଓ ସହ ସଂପାଦକ ବିନାୟକ ଦାସ ମହାପାତ୍ର କହିଛନ୍ତି।

ଶ୍ରୀଜିଉଙ୍କ ଶ୍ରୀ ଅଙ୍ଗ ରକ୍ଷକ ଭାବେ ପରିଚତ ଦଇତାପତି ସେବକ ସ୍ନାନପୂର୍ଣିମାଠାରୁ ଆରମ୍ଭ କରି ନବଯୌବନ ଦର୍ଶନ, ରଥଯାତ୍ରା, ବାହୁଡା ଯାତ୍ରା, ସୁନାବେଶ, ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସେବା କରିବେ। ଦଇତା ପ୍ରବେଶ ପରେ ଆସନ୍ତାକାଲି ଶ୍ରୀଜିଉଙ୍କ ବଡସିଂହାର ଭୋଗ, ପହୁଡ ଆଳତି ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀମୁଖକୁ ଶ୍ରୀମୁଖ ଖଣ୍ଡୁଆରେ ଢ଼ାଙ୍କି କରାଯିବ ବୋଲି ଜଣାପଡ଼ିଛି। ପରେ ସେବକମାନେ ପ୍ରଭୁଙ୍କ ବାହୁଟ କଣ୍ଟ ନୀତି ସଂପାଦନ କରିବେ। ବାହୁଟ କଣ୍ଟ ପରେ କୋଠ ସୁଆସିଆଁ ସେବକମାନେ ରତ୍ନ ସିଂହାସନରେ ଚାର ବାନ୍ଧିବାକୁ ଗର୍ଭଗୃହକୁ ପ୍ରବେଶ କରିବେ। କୋଠ ସୁଅାଁସିଆ ସେବକ ଚାର ବାନ୍ଧି ବାହାରିବା ପରେ ଦଇତାପତିମାନେ ପ୍ରଭୁଙ୍କ ସେନାପଟା ବନ୍ଧିବା ନୀତି ସମ୍ପନ୍ନ କରିବେ। ଦେବସ୍ନାନ ଯାତ୍ରା ପରଠାରୁ ଦଇତାପତି ସେବାୟତମାନେ ଶ୍ରୀମନ୍ଦିର ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା କରିବେ। ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପରେ ରଥଯାତ୍ରାରେ ମହାପ୍ରଭୁଙ୍କୁ ରଥ ଉପରକୁ ପହଣ୍ଡି ବିଜେ କରାଇବେ। ଗୁଣ୍ଡିଚା ମନ୍ଦିରକୁ ଆଡପ ମଣ୍ଡପ ବିଜେ, ବାହୁଡା ବିଜେରେ ଦଇତାପତ ପ୍ରମୁଖ ଦାୟିତ୍ଵ ନିର୍ବାହ କରିବେ। ସେହିଭଳି ମହାପ୍ରଭୁଙ୍କ ସୁନାବେଶ, ଅଧରପଣା ସରିବା ପରେ ପ୍ରଭୁଙ୍କ ରତ୍ନ ସିଂହସନକୁ ନିଳାଦ୍ରୀ ବିଜେ କରାଇବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର