ଦୈତାରୀ ନାଏକଙ୍କୁ ସମ୍ବର୍ଦ୍ଧନା

କେନ୍ଦୁଝର : ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଥିବା ଦୈତାରୀ ନାଏକଙ୍କୁ ସମ୍ବର୍ଦ୍ଧନା ଦେଲେ ସମ୍ବାଦର ସ˚ପାଦକ ତଥା ରାଜ୍ୟସଭା ସା˚ସଦ ସୌମ୍ୟରଂଜନ ପଟ୍ଟନାୟକ। ଆଜି ଅପରାହ୍‌ଣରେ କେନ୍ଦୁଝର ଜିଲ୍ଲା ବା˚ଶପାଳ ବ୍ଲକ ଗୋନାସିକା ପଞ୍ଚାୟତର ତଳ ବୈତରଣୀ ଗ୍ରାମରେ ଥିବା ଦୈତାରୀଙ୍କ ଘରକୁ ଶ୍ରୀଯୁକ୍ତ ପଟ୍ଟନାୟକ ଯାଇ ତାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ କିଛି ସମୟ ଦୈତାରୀଙ୍କ ସହିତ ଆଲୋଚନା କରିଥିଲେ। କିଭଳି ପାହାଡ଼ ଖୋଳି ଚାଷ ଜମିକୁ ପାଣି ଆଣିଲେ, କେତେବର୍ଷ ଧରି ଏହି ପରିଶ୍ରମ ହୋଇଥିଲା ସ˚ପୂର୍ଣ୍ଣ କଥା ଦୈତାରୀଙ୍କ ପାଖରୁ ବୁଝିଥିଲେ। ଏ ସ˚ପର୍କରେ ଶ୍ରୀଯୁକ୍ତ ପଟ୍ଟନାୟକ କହିଛନ୍ତି, ଦୈତାରୀ ହେଉଛନ୍ତି ଆଜି ଦିନର ଯୁବପିଢ଼ିଙ୍କ ଆଦର୍ଶ। ନିଷ୍ଠା ଓ ସାଧନା ଥିଲେ କିଭଳି ସଫଳତା ପାଇହୁଏ, ଦୈତାରୀ ହେଉଛନ୍ତି ତାହାର ଏକ ଜ୍ବଳନ୍ତ ଉଦାହରଣ।

ଉଲ୍ଲେଖଯୋଗ୍ୟ ଯେ କନ୍ଦୁଝର ଜିଲ୍ଲା ବା˚ଶପାଳ ବ୍ଲକ ତଳବୈତରଣୀ ଗ୍ରାମରେ ଚାଷ ଜମି ପାଇଁ ବର୍ଷ ତମାମ ଜଳ ନିଅଣ୍ଟ ପଡିଥାଏ। ଫଳରେ ଏଠାକାର ଲୋକେ ଜୀବନଜୀବିକା ପାଇଁ ସ˚ଘର୍ଷ କରିଥାନ୍ତି। ତଳ ବୈତରଣୀ ଗାଁର ଆଦିବାସୀ ସ˚ପ୍ରଦାୟର ଦୈତାରୀ ନାଏକଙ୍କୁ ଏହା ଖୁବ୍‌ ବାଧିଥିଲା। ଫଳରେ ସେ ଗୋନାସିକା ପାହାଡ଼ରେ ବହି ଯାଉଥିବା ବୈତରଣୀର ଶାଖା ନଈ ପଥରକଟା ନାଳକୁ କାଟି ଦୀର୍ଘ ୪ କିଲୋମିଟର ପର୍ଯ୍ୟନ୍ତ ନାଳ ଖୋଳି ନିଜ ଗାଁ ଚାଷ ଜମିକୁ ପାଣି ମଡ଼ାଇଥିଲେ। ଏ ସ˚ପର୍କରେ ‘ସମ୍ବାଦ’ରେ ପ୍ରଥମେ ଗତ ଜୁନ୍‌ ୧୭ ତାରିଖରେ ‘କେନ୍ଦୁଝରର ମାନ୍‌ଝୀ ଦୈତରୀ’ ଶୀର୍ଷକରେ ଏକ ସ୍ବତନ୍ତ୍ର ଖବର ପ୍ରକାଶ ପାଇବା ପରେ ସମଗ୍ର ରାଜ୍ୟ ଓ ଦେଶର ନଜର ପଡ଼ିଥିଲା ଦୈତାରୀଙ୍କ ଉପରେ। ଏହାପରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯିବାକୁ ଘୋଷଣା ହୋଇଛି।

ସମ୍ବନ୍ଧିତ ଖବର