ବିଜେପିର ୪୦ ଜଣିଆ ତାରକା ପ୍ରଚାରକ : ଦାମ ରାଉତ ହେଲେ ନିର୍ବାଚନ ପ୍ରଚାର କମିଟି ଆବାହକ

ଭୁବନେଶ୍ବର : ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଜେପିର ୪୦ ଜଣିଆ ତାରକା ପ୍ରଚାରକଙ୍କ ନାମ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସମେତ ୬ କେନ୍ଦ୍ର ମନ୍ତ୍ରୀ, ଦୁଇଟି ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରୀୟ ଓ ରାଜ୍ୟ ନେତାମାନଙ୍କୁ ନେଇ ତାଲିକା ପ୍ରସ୍ତୁତ କରାଯାଇଛି। ଏହା ସହ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କୁ ନିର୍ବାଚନ ପ୍ରଚାର କମିଟିର ଆବାହକ ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି।

୪୦ ଜଣିଆ ତାଲିକାରେ ସ୍ଥାନ ପାଇଥିବା ନେତାମାନେ ହେଲେ ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାଶ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ(ସଂଗଠନ) ରାମଲାଲ ଜୀ, ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଷ୍ଟ୍ରୀୟ ଯୁଗ୍ମ ସାଧାରଣ ସମ୍ପାଦକ(ସଂଗଠନ) ସୌଦାନ ସିଂହ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ସ୍ମୃତି ଇରାନୀ, ପ୍ରକାଶ ଜାଭଡ଼େକର, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ, ମୁଖପାତ୍ର ସମ୍ବିତ ପାତ୍ର, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା, ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ସାଂସଦ ହେମାମାଳିନୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ, ଦାମୋଦର ରାଉତ, ସୁରମା ପାଢ଼ୀ, ପ୍ରତାପ ଷଡ଼ଙ୍ଗୀ, ସମୀର ମହାନ୍ତି, ରଞ୍ଜନ ପଟେଲ, ମାନସ କୁମାର ମହାନ୍ତି, ଅମିତାଭ ଚକ୍ରବର୍ତ୍ତୀ, ଗୋଲକ ପସାଦ ମହାପାତ୍ର, ଅଭିନେତା ତଥା ବିଜେପି ନେତା ମିହିର ଦାସ, ଅଭିନେତ୍ରୀ ମହେଶ୍ବତା ରାୟ, ଅପରାଜିତା ମହାନ୍ତି, ଅଭିନେତା ଅଶ୍ରୁମୋଚନ ମହାନ୍ତି, ଶ୍ରୀତମ ଦାସ, ହରିହର ମହାପାତ୍ର, ଅଭିନେତ୍ରୀ ଅନୁ ଚୌଧୁରୀ ଓ ପିଙ୍କି ପ୍ରଧାନ।

ସମ୍ବନ୍ଧିତ ଖବର