‘୫ଟି’ ନେଇ ବାଣ ମାରିଲେ ଦାମ: ଯଦି ଅପରାଜିତା ଠିକ୍ କହୁଛନ୍ତି, ତାଙ୍କ ସହଯୋଗୀ ପ୍ରଶାସକ ସ୍ବର ଉତ୍ତୋଳନ କରୁନାହାନ୍ତି କାହିଁକି ?

ଭୁବନେଶ୍ବର: ୫ଟି ପ୍ରସଙ୍ଗକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ଅବସ୍ଥାରେ ଅଛନ୍ତି। ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅଭିଯୋଗର ଜବାବ ରଖିଥିଲେ ବିଜେଡି ସାଂସଦ ସସ୍ମିତ ପାତ୍ର। ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି। ଠିକ୍ ଏମିତି ସମୟରେ ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଆଜି ମୁହଁ ଖୋଲିଛନ୍ତି। ଡାକ୍ତର ରାଉତ କହିଛନ୍ତି, ବିଟ୍ରିସ ସରକାର ଭିନ୍ନ ଢଙ୍ଗରେ ଭାରତ ଶାସନ କଲେ। ଅମଲାକୁ ସାମ୍ନାରେ ରଖି ଏହି ଶାସନ କରାଗଲା। ସ୍ଥିତି ଏମିତି ହେଲା ଯେ ଗୋଟିଏ ସମୟରେ କୁହାଗଲା ଯେ ଯଦି କରିବ ଚାକିରି, ତେବେ ଥିବ ଉପୁରି। ଚାକିରି କରିବ ପୁଲିସ, ମାଛ ଖାଇବ ଇଲିଶି। ଭାରତବର୍ଷରେ କୋଟି କୋରିଟ ଲୋକ ଅର୍ଧାହାରରେ ବା ଅନାହାରରେ ରହିଲେ। ବ୍ୟାଧିଗ୍ରସ୍ତ ହେଲେ, ନିରକ୍ଷର ବଢିଲା ଓ ସାମାଜିକ ଯନ୍ତ୍ରଣାର ଶିକାର ହେଲେ। ସ୍ବାଧୀନତା ପରବର୍ତୀ ପରିସ୍ଥିତିରେ ଆଶା କରାଯାଉଥିବା ବିଟ୍ରିସ ବ୍ୟବସ୍ଥା ଭିତରୁ ଭାରତ ପୂରା ମୁକୁଳିବ। ପ୍ରକୃତପକ୍ଷେ ସେମିତି ହେଲା ନାହିଁ। ବିଟ୍ରିସ ଦ୍ବାରା ସୃଷ୍ଟି ଅମଲାତନ୍ତ୍ର ଦେଶର ସାମାଜିକ ଜୀବନକୁ ହା ହୁତାଶ ମଧ୍ୟକୁ ଠେଲି ଦେଇଛି।

ଡାକ୍ତର ରାଉତ କହିଛନ୍ତି, ଅପରାଜିତା ଷଡଙ୍ଗୀ ଅମଲାତନ୍ତ୍ରରୁ ଯାଇ ଗଣତାନ୍ତ୍ରିକ ବ୍ୟବସ୍ଥା ଭିତ୍ତିରେ ଏବେ ଜଣେ ନିର୍ବାଚିତ ପ୍ରତିନିଧି। ସେ ଓଡ଼ିଶା କ୍ୟାଡରର ଆଇଏଏସ୍ ଅଫିସର ଥିଲେ ଓ ରାଜ୍ୟରେ ୨୦ବର୍ଷ କାର୍ଯ୍ୟ କରିଛନ୍ତି, କେନ୍ଦ୍ରୀୟ ଡେପୁଟେସନରେ ୫ବର୍ଷ ଯାଇଥିଲେ। ଏବେ ନିର୍ବାଚିତ ହେବା ପରେ ସେ ରାଜ୍ୟର ଅମଲାତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ସମାଲୋଚନା କରୁଛନ୍ତି। ଯଦି ତାଙ୍କ ସମାଲୋଚନା ଯୁକ୍ତିଯୁକ୍ତ, ତେବେ ଓଡ଼ିଶା ପ୍ରଶାସନରେ କାର୍ଯ୍ୟ କରୁଥିବା ତାଙ୍କର ସହଯୋଗୀ ପ୍ରଶାସକ ବନ୍ଧୁମାନେ କାର୍ଯ୍ୟ କରୁଛନ୍ତି, ସେମାନେ ସ୍ବର ଉତ୍ତୋଳନ କରୁନାହାନ୍ତି କାହିଁକି? ରାଜ୍ୟ ସରକାର ନୂଆ ଭାବେ ଆରମ୍ଭ କରିଥିବା ୫ଟିରେ ଯଦି ଅପର୍ଯ୍ୟାପ୍ତ ଅସଙ୍ଗତି ରହିଛି, ତାର ସୁଧାର ଆଣିବ କିଏ? ଯେଉଁମାନେ ନିଜ ବିଭାଗରେ ନୀତି ନିଷ୍ପତ୍ତି ନିଜେ ନ କରି ଅଧସ୍ତନ ଅମଲାଙ୍କ ଉପରେ ନିର୍ଭର କରୁଛନ୍ତି, ତାହା ଯଦି ଅସଙ୍ଗତି ନୁହେଁ; ତେବେ ରାଜନୈତିକ ସ୍ତରରୁ କୌଣସି ଧୂରୀଣ କନିଷ୍ଠ ପ୍ରଶାସକ ଗୁରୁତ୍ବ ବହନ କରେ, ଏବଂ ବରିଷ୍ଠ ପ୍ରଶାସକଙ୍କର ସହାୟତା ତାଙ୍କର ଆବଶ୍ୟକ ରହେ, ତେବେ ଏଥିରେ ଅସଙ୍ଗତି ରହିଲା କେମିତି?

ଉଲ୍ଲେଖଯୋଗ୍ୟ, ଅପରାଜିତା କହିଥିଲେ, କନିଷ୍ଠ ସଚିବଙ୍କ ଗସ୍ତ ବେଳେ ବରିଷ୍ଠ ସଚିବ ତାଙ୍କ ସହିତ ଉପସ୍ଥିତ ରହିବା ଏକ ପ୍ରାଶାସନିକ ବିସଙ୍ଗତି । ୫ଟି ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ସହିତ ମୁଖ୍ୟ ଶାସନ ସଚିବ, ଉନ୍ମୟନ କମିସନର ତଥା ଅନ୍ୟ ବରିଷ୍ଠ ସଚିବମାନେ ବିଭିନ୍ନ ଜିଲ୍ଲାକୁ ଯିବା ପରିପ୍ରେକ୍ଷୀରେ ସେ ଏ କଥା କହିଥିଲେ। ବିଜେଡି ଏହାର ପ୍ରତିବାଦ ଜଣାଇଥିଲା।

ସମ୍ବନ୍ଧିତ ଖବର