ଦାମ ଗଢ଼ିବେ ନୂଆ ଆଞ୍ଚଳିକ ଦଳ; ଖୁବ୍‌ ଶୀଘ୍ର ଆସିବ ସବିଶେଷ ସୂଚନା

ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ତଥା ବିଧାୟକ ଡା.ଦାମୋଦର ରାଉତ ନୂଆ ଆଞ୍ଚଳିକ ଦଳ ଗଠନ କରିବେ ବୋଲି ବୁଧବାର ସଙ୍କେତ ଦେଇଛନ୍ତି। ନୂଆ ଦଳ ଗଠନ ନେଇ ସଙ୍କେତ ଦେବା ସହ ସେ କହିଛନ୍ତି, ଦୁର୍ନୀତି, ଭ୍ରଷ୍ଟାଚାର ଓ ଅପଶାସନ ବିରୋଧରେ ଏହି ଦଳ ଗଢ଼ା ହେବ। ଆସନ୍ତା ନଭେମ୍ବର ୯ ଓ ୧୦ରେ ଏ ନେଇ ବୈଠକ ହେବ ଏବଂ ନଭେମ୍ବର ୧୧ ବା ୧୨ ତାରିଖରେ ଏ ବାବଦରେ ସ୍ପଷ୍ଟ ସୂଚନା ଦିଆଯିବ।

ନୂଆ ଆଞ୍ଚଳିକ ଦଳ ନିର୍ବାଚନରେ କାହା ସହ ମେଣ୍ଟ  କରିବ ନାହିଁ। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦଳରେ ରଖିବା ପାଇଁ ସେ ଆଗ୍ରହୀ ବୋଲି ଡା. ଦାମୋଦର ରାଉତ ସୂଚନା ଦେଇଛନ୍ତି।  ତେବେ ଆଞ୍ଚଳିକ ଦଳ ଗଠନରେ ସରକାର ବାଧକ ସାଜୁଥିବା ସେ ଅନ୍ୟପକ୍ଷରେ ଅଭିଯୋଗ କରିବା ସହିତ ସରକାର ଆମ ନେତାଙ୍କ ଭିତରେ ବିଭେଦ ପାଇଁ ଉଦ୍ୟମ କରୁଥିବା ବି କହିଛନ୍ତି ଡା. ରାଉତ।

 

ସମ୍ବନ୍ଧିତ ଖବର