ଅଶ୍ବିନୀଙ୍କ ପ୍ରାର୍ଥିତ୍ବ ନେଇ ଦାମଙ୍କ କଟାକ୍ଷ, ଡବଲ୍‌ ଇଞ୍ଜିନ୍ ଲାଗିଗଲା

ଭୁବନେଶ୍ବର : ଅଶ୍ବିନୀ ବୈଷ୍ଣବଙ୍କ ପ୍ରାର୍ଥିତ୍ବକୁ ନେଇ ପୂର୍ବତନ ମନ୍ତ୍ରୀ ଦାମଦୋର ରାଉତଙ୍କ ମନ୍ତବ୍ୟ ରାଜନୈତିକ ମହଲକୁ ଚର୍ଚ୍ଚାର ଖୋରାକ ଯୋଗାଇଛି। ଉଭୟ ଦଳର ନିଷ୍ପତ୍ତିକୁ ସିଧାସଳଖ ସମାଲୋଚନା ନ କରି ସେ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ନବୀନ ପଟ୍ଟନାୟକ ଗଠନମୂଳକ ସହଯୋଗ ଘୋଷଣା କରି ସମଦୂରତ୍ବ ବ୍ୟାଖ୍ୟାକୁ ଭୁଲିଗଲେ। ଏହା ରାଜ୍ୟ ପାଇଁ ହିତକର। ଅଶ୍ବିନୀ ବୈଷ୍ଣବ ହେଉଛନ୍ତି ଜଣେ ପାରିବାର ଲୋକ ଓ ଦିଲ୍ଲୀରେ ତାଙ୍କର ଭଲ ଲବି ଅଛି। ବିଜେଡି ସହ ତାଙ୍କର ସମ୍ପର୍କ ବି ଭଲ। ଉଭୟଙ୍କ ହିତ ଓ ପାରସ୍ପରିକ ସୁବିଧା ପାଇଁ ତାଙ୍କୁ ପ୍ରାର୍ଥୀ କରିଛନ୍ତି ନବୀନ। ଏବେ ସତରେ ଡବଲ୍‌ ଇଞ୍ଜିନ ଲାଗିଯାଇଛି। ସବୁଠି ବ୍ୟୁରୋକ୍ରାଟ୍‌ଙ୍କ ପ୍ରାଧାନ୍ୟ ବଢ଼ୁଛି ଓ ଲୋକପ୍ରତିନିଧି ନତମସ୍ତକ ହେଉଛନ୍ତି। କେବଳ ଓଡ଼ିଶା ନୁହେଁ, ସାରା ଭାରତରେ ଏପରି ଘଟୁଛି ବୋଲି କହିଛନ୍ତି ଶ୍ରୀ ରାଉତ।

ସମ୍ବନ୍ଧିତ ଖବର