ଦଣ୍ଡ ଯାତ୍ରାର ଆକର୍ଷଣ ନିର୍ବାଚନରେ ନାହିଁ

କନ୍ଧମାଳ (ଭବାନୀ ଶଙ୍କର ତ୍ରିପାଠୀ) : ଫି ବର୍ଷ ଏଇ ସମୟରେ ଦଣ୍ଡ ମହାପ୍ରଭୁଙ୍କର ଯାତ୍ରା ହୋଇଥାଏ। ଏବର୍ଷ ବି ଦଣ୍ଡଯାତ୍ରା ପରିବେଶକୁ ଉତ୍ସବମୁଖର କରିଦେଇଛି। ସହର, ଗାଁ ସବୁଠାରେ ଉତ୍ସାହ। ପ୍ରତି ଗାଁ ଛକରେ ସ୍ଥାନୀୟ ପୁରୁଷ, ମହିଳା ଏହି ଯାତ୍ରାରେ ସାମିଲ ହୋଇଛନ୍ତି। କିନ୍ତୁ ଗଣତନ୍ତ୍ରର ସବୁଠାରୁ ବଡ଼ ମହୋତ୍ସବ ବୋଲି କୁହାଯାଉଥିବା ନିର୍ବାଚନ ପାଇଁ ନା ସେମିତି କୋଳାହଳ ଅଛି ନା ଭୋଟକୁ ନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବା ଆକର୍ଷଣ ରହିଛି। ବରଂ ଏହି ଯାତ୍ରା ଉପଭୋଗ କରୁଥିବା ଲୋକ ଏ ସଂପର୍କରେ କଥା ହେବା ଲାଗି ମଧ୍ୟ ଆଗ୍ରହ ଦେଖାଇନଥିଲେ। ଏମିତି ଆଚରଣ େଦଖାଇଥିଲେ, େଯମିତି ନିର୍ବାଚନ କିଛି ମାେନ ରଖେନି।

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ଆସ୍କା ଓ କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀ ବୁଲି ଦେଖିବା ବେଳେ ସାମ୍ନାକୁ ଆସିଥିବା ଏ ଚିତ୍ର ଆନ୍ଦୋଳିତ କଲାଭଳି। କାଁ ଭା େକଉଁଠି େକମିତି ପ୍ରଚାର ଗାଡି ବୁଲୁଛି। ନା େଶାଭାଯାତ୍ରା େଦଖିବାକୁ ମିଳିଲା ନା ମାଳ ମାଳ େପାଷ୍ଟର। ଏପରିକି େଖାର୍ଧା, ବେଗୁନିଆ, ଖଣ୍ଡପଡା, ନୟାଗଡ ଆଦି ଅଞ୍ଚଳରେ େଯଭଳି ଠାକୁ ଠା ବିଭିନ୍ନ ଦଳ ଅଫିସ େଖାଲିଛନ୍ତି, ତାହା ବି ରାସ୍ତାରେ େଦଖିବାକୁ ମିଳିଲା ନାହିଁ।

ଆସ୍କା ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ, ବେଲଗୁଣ୍ଠା, ସୋରଡା, କନ୍ଧମାଳ ଅନ୍ତର୍ଗତ ଭଂଜନଗର, ଜି ଉଦୟଗିରି ଓ କନ୍ଧମାଳର ଭୋଟରଙ୍କ ମାନସିକତା ଓ ବିଚାରଧାରାରେ ବିଶେଷକିଛି ଭିନ୍ନତା ନାହିଁ। ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗ ନାହିଁ ସତ, କିନ୍ତୁ ସ୍ଥାନୀୟ ଲୋକପ୍ରତିନିଧି ଓ କିଛି ସରକାରୀ ବିଭାଗର ବାବୁଙ୍କ ଉପରେ ସେମାନେ ଯେ ସନ୍ତୁଷ୍ଟ ନାହାନ୍ତି, ଏକଥା ଜଣାଇବାକୁ କେହି ଦ୍ବିଧା ପ୍ରକାଶ କରିନାହାନ୍ତି। କନ୍ଧମାଳ ସହର ଉପକଣ୍ଠର ତୁ଼ଡିପାଜୁ ଓ ନୂଆସାହିର ଭୋଟର ପାଇଖାନା ଓ ବିଦ୍ୟୁତ ସଂଯୋଗ କ୍ଷେତ୍ରରେ ସାମ୍ନା କରିଥିବା ବାବୁ ଓ ନେତାଙ୍କ ଆଚରଣ ଓ ଉଚ୍ଚାରଣକୁ ନେଇ କଡା ଭାଷାରେ ପ୍ରତିକ୍ରିୟା ରଖିଥିଲେ। କାଳିଆ ଯୋଜନାରେ ସେମାନଙ୍କ ନାଁ ଥିଲେ ବି ଟଙ୍କା ମିଳିନାହିଁ ବୋଲି ଜଣାଇବା ବେଳେ ସେତିକି ଅସନ୍ତୋଷ ଝାଡିନଥିଲେ, ଯେତିକି ଦଡକି ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ବିେରାଧରେ ପ୍ରତିକ୍ରିୟା ଥିଲା।

କୌତୂହଳର କଥା ହେଉଛି, ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଅତ୍ୟନ୍ତ ସଚେତନ ଥିବା ଭୋଟର ଅପେକ୍ଷା କରୁଛନ୍ତି, ସେମାନଙ୍କ ପ୍ରତିନିଧି ଭାବେ ଲଢିବାକୁ ଆଗ୍ରହ ରଖିଥିବା ନେତାଙ୍କୁ ସେମାନଙ୍କ ନିକଟକୁ ଆସିବାକୁ ପଡିବ। ଗତ ପାଞ୍ଚ ବର୍ଷର ସବୁ କ୍ଷୋଭ ଓଗାଳି ସାରିବା ପରେ ଯାଇ ମତଦାନ ସଂପର୍କରେ ନିଷ୍ପତ୍ତି ଶୁଣାଇବେ। ଅନ୍ୟଥା ଯିଏ ଆସିବ ଭୋଟ ତାକୁ ଯିବ। ଅବଶ୍ୟ ଯୁବକ ଓ ବୟସ୍କଙ୍କ ଏଭଳି କ୍ଷୋଭ ମହିଳା ଭୋଟରଙ୍କ ପାଖେ ଆଦୌ ପରିଦୃଷ୍ଟ ହେଲା ନାହିଁ। ସେମାନେ ତାଙ୍କ ନିଷ୍ପତ୍ତି ଶୁଣାଇବା ବେଳେ ଜଣାଇ ଦେବାକୁ ଚାହୁଁଥିଲେ ଯେ ମତଦାନର ଦ୍ବନ୍ଦ୍ବ ଭିତରେ ସେମାନେ ଛନ୍ଦି ହେଉନାହାନ୍ତି। ଯିଏ ଭଲ କାମ କରନ୍ତି, ସେମାନେ ଜାଣନ୍ତି। ଭୋଟ ତାଙ୍କୁ ହିଁ ଦେବେ।

ସ୍ଥାନୀୟ େନତାଙ୍କ ବିେରାଧରେ ଥିବା ଅସନ୍ତୋଷ କାରଣରୁ କିଛି ସ୍ଥାନରେ ପରିବର୍ତନ ସପକ୍ଷରେ ଜନମତ ରହିଛି। େଲାକସଭା ଓ ବିଧାନସଭାରେ ପୃଥକ୍ େଭାଟ ରଖିବା ସପକ୍ଷରେ ସହରାଞ୍ଚଳ େଭାଟର ମତ ରଖିଥିଲେ। ହେଲେ ଗ୍ରାମାଞ୍ଚଳରେ କିନ୍ତୁ ସ୍ଥିତି େସମିତି କିଛି ନାହିଁ। କାରଣ କେଂଗ୍ରସର ଦୁର୍ବଳ ସଂଗଠନ ସଂପର୍କରେ ଏକ ବାର୍ତା ଆପତତଃ ତଳ ପର୍ଯ୍ୟନ୍ତ ଯାଇଛି। ପ୍ରାର୍ଥୀ ଚୟନକୁ ନେଇ େଲାକଙ୍କ ଅସନ୍ତୋଷ ବି ଲୁଚିପାରୁନି। ଗ୍ରାମାଞ୍ଚଳରେ ଉପସ୍ଥିତି ରହିଛି। କିନ୍ତୁ ସାଂଗଠନିକ ଦୁର୍ବଳତା ପରିବର୍ତନ ହାଵାକୁ ଦାନା େଯାଗାଇ ପାରୁନାହିଁ।

ରାଜନୈତିକ ଦଳର ପ୍ରାର୍ଥୀ ଚୟନ ଅର୍ଥାତ୍ ବ୍ୟକ୍ତିତ୍ବ ଏକ ବଡ଼ ପ୍ରସଙ୍ଗ ପାଲଟିଛି ଉଭୟ ଆସ୍କା ଓ କନ୍ଧମାଳରେ। ଆସ୍କାର େଗାଟିଏ ବର୍ଗର େଭାଟର ବିଜେଡି ପ୍ରାର୍ଥୀଙ୍କୁ ନେଇ ନକାରାତ୍ମକ ପ୍ରତିକ୍ରିୟା ରଖିଥିଲେ େହଁ, ଆଉଥରେ ଗଞ୍ଜାମ ଟାଇଗର ଫେରିବା କଥାକୁ ଗ୍ରହଣ କରିପାରୁନଥିଲେ। ବରଂ ଅଶାନ୍ତି ଓ ଗୁଣ୍ଡାରାଜର ଇତିହାସ ମନେ ପକାଇଥିଲେ। ଭଞ୍ଜନଗର ଆସନରେ ଏଥର ପ୍ରତିଦ୍ବନ୍ଦ୍ବିତା ତୀବ୍ର େହବା େନଇ ଆଭାସ ଦେଇଥିଲେ ମତଦାତା। କିନ୍ତୁ ସୋରଡାରେ ବିଧାୟକ ପ୍ରଭାବୀ ନଥିବା ସଂପର୍କରେ ଠାରିଥିବା େଭାଟର, ପ୍ରତିପକ୍ଷ ପ୍ରାର୍ଥୀଙ୍କ ନିର୍ବାଚନ ମଇଦାନରେ ଉପସ୍ଥିତିକୁ ନେଇ ବିଚଳିତ େହାଇପଡିଛନ୍ତି। ଗୁଣ୍ଡାରାଜ ବିପକ୍ଷରେ ଏକ ଜନମତ ରହିଛି, ଏକଥା ସ୍ପଷ୍ଟ ବାରି େହାଇପଡିଥିଲା।

କନ୍ଧମାଳ େଲାକସଭା ଆସନରେ କିନ୍ତୁ େଲାକଙ୍କ େକ୍ଷାଭ ଅଲଗା। ସ୍ଥାନୀୟ ଅଞ୍ଚଳର ନେତାଙ୍କୁ େଲାକସଭା ପ୍ରାର୍ଥୀ ଚୟନ େକ୍ଷତ୍ରରେ ଅଗ୍ରାଧିକାର ଦିଆନଯିବା େସମାନଙ୍କୁ ଆଘାତ େଦଇଛି। ତଥାପି ଆସ୍କା ଭଳି ସେମାନେ ଉପରକୁ କୁନ୍ଥକୁନ୍ଥ େହଉଥିଲେ ବି ନିର୍ବାଚନରେ କାହା ସପକ୍ଷରେ ରାୟ ରଖିବେ, େସ େନଇ ମହିଳା ଆଦୌ ଦ୍ବନ୍ଦ୍ବ ଭିତରେ ନାହାନ୍ତି ଓ ପୁରୁଷ ସ୍ଥାନୀୟ େନତାଙ୍କ ଉପସ୍ଥିତିକୁ ଅପେକ୍ଷା କରୁଛନ୍ତି। ଯୁବ ବର୍ଗର ମତ କିନ୍ତୁ ସମ୍ପୂର୍ଣ୍ଣ ଭାବେ ବିଭାଜିତ। ଉଭୟ ଆସନର େଲାକଙ୍କ ଅଭିେଯାଗ ସମାନ େଯ ଥରେ ସଂସଦକୁ ନିର୍ବାଚିତ େହବା ପରେ ବିଧାୟକଙ୍କ ଭଳି ସାଂସଦମାେନ ନିର୍ବାଚନମଣ୍ଡଳୀକୁ ଆସୁନାହାନ୍ତି।

ସମ୍ବନ୍ଧିତ ଖବର