ଡଙ୍ଗର ଯାତ୍ରା ସ˚ପନ୍ନ, ବଳିରେ ପୀଠ ରକ୍ତରଞ୍ଜିତ

କର୍ଲାମୁଣ୍ତା : କର୍ଲାମୁଣ୍ତା ବ୍ଲକ ଗଜବାହାଲ ପଞ୍ଚାୟତର ବଡଡୁଙ୍ଗୁରୀଗୁଡ଼ା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ବାମନବୁଢା, ସିକଲାପଟେନ, ବସ୍ତ୍ରେନଦେବୀଙ୍କ ଡଙ୍ଗର ଯାତ୍ରା ଶନିବାର ସମ୍ପନ୍ନ ହୋଇଯାଇଛି। ଶୁକ୍ରବାର ସନ୍ଧ୍ୟାରେ ଦେବୀ କାଳସୀ ରୂପରେ ଗ୍ରାମ ପରିକ୍ରମା କରି ଭକ୍ତମାନଙ୍କ ହାରିଗୁହାରୀ ଶୁଣିଥିଲେ। ଆଜି ଅପରାହ୍ନରେ ଦେବୀପୀଠରେ ଶହଶହ ଭକ୍ତଙ୍କ ସମାଗମ ହୋଇଥିଲା। ପାରମ୍ପରିକ ରୀତିରେ ବାମନବୁଢାଙ୍କ ପୂଜାର୍ଚ୍ଚନା ଓ ତାଙ୍କ ଠାରେ ନଡ଼ଆ ଭୋଗ ଅର୍ପଣ କରାଯିବା ପରେ ସିକଲାପଟେନ ଓ ବସ୍ତ୍ରେନଦେବୀଙ୍କ ଠାରେ ବଳି ଦିଆଯାଇଥିଲା। ଏଠାରେ ବୋଦା, ମେଣ୍ଢା ଓ ଶତାଧିକ ପାରା ବଳି ଦିଆ‌ଯାଇଥିଲା। ଫ‌ଳରେ ପୀଠ ରକ୍ତରଞ୍ଜିତ ହୋଇଥିଲା। ଝାଙ୍କର ଅନ୍ତ ପ୍ରଧାନୀ, ବରୁଆ ତ୍ରିନାଥ ଭୋଇ, ଗୌନ୍ତିଆ ପୂର୍ଣ୍ଣଚନ୍ଦ୍ର ଗହୀର, ଫକୀର ଗହୀର,ଶିବରାମ ଗହୀର, ଗୌରହରି ଭୋଇ, ଲକ୍ଷ୍ମଣ ଗହୀର, ସୀତାରାମ ଭୋଇ ତଥା ଗ୍ରାମବାସୀଙ୍କ ସହଯୋଗରେ ଯାତରା ସମ୍ପନ୍ନ ହୋଇଥିଲା।

ସମ୍ବନ୍ଧିତ ଖବର