ବିରୋଧୀ ଦଳ ନେତା ପଦବିକୁ ବିପଦ

ଭୁବନେଶ୍ବର : ଝାରସୁଗୁଡା ବିଧାୟକ ନବ କିଶୋର ଦାସ ବିଜେଡିରେ ଯୋଗଦେଲେ, ଏହାର ପ୍ରଭାବ ସାଧାରଣ ନିର୍ବାଚନ ଉପରେ କେତେ ପଡିବ, ତାହା ଏବେଠାରୁ ଆକଳନ କରିବା ମୁସ୍କିଲ। ବିଧାନସଭାରେ କିନ୍ତୁ ଏହା ତତ୍କାଳ ପ୍ରଭାବ ରଖିପାରେ। କାରଣ ଶ୍ରୀ ଦାସଙ୍କ ସଭ୍ୟ ପଦ ରଦ୍ଦ ହୋଇଯିବ ଓ ଏଥିସହିତ କଂଗ୍ରେସ ହାତରୁ ବିରୋଧୀ ଦଳ ନେତା ପଦବି ଖସିଯାଇପାରେ।

କୃଷ୍ଣଚନ୍ଦ୍ର ଶଗରିଆ ବିଧାୟକ ପଦବିରୁ ଇସ୍ତଫା ଦେବା ପରେ ବିଧାନସଭାରେ ବିରୋଧୀ କଂଗ୍ରେସ ଦଳର ଏବେ ୧୪ ଜଣ ସଭ୍ୟ ଅଛନ୍ତି। ଯଦି ନବ ଦାସଙ୍କ ପଦ ରଦ୍ଦ ହୁଏ, ତେବେ ଏହି ସଂଖ୍ୟା ୧୩କୁ ଖସିଆସିବ। ଏପରିସ୍ଥଳେ ବିଧାୟକ ଜର୍ଜ ତିର୍କୀ ସମର୍ଥନ ଦେଲେ ବି ବିରୋଧୀ ଦଳ ନେତା ପଦବି ସୁରକ୍ଷିତ ରଖିବା କଷ୍ଟ।

ନିୟମତଃ, ପ୍ରମୁଖ ବିରୋଧୀ ଦଳ ହାତରେ ମୋଟ ଆସନ ସଂଖ୍ୟାର ୧୦ ପ୍ରତିଶତ ସଭ୍ୟ ନଥା’ନ୍ତି, ତେବେ ବିରୋଧୀ ଦଳ ନେତା ପଦ ମିଳିବନାହିଁ। ସେହିଦୃଷ୍ଟିରୁ କଂଗ୍ରେସ ହାତରୁ ଏହା ଖସିବା ନେଇ ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର