ପାଠପଢ଼ା ପାଇଁ ଜୀବନ ସହ ବାଜି : ଘର ଅନୁଗୁଳ, କେନ୍ଦୁଝରରେ ସ୍କୁଲ୍‌

ପାଳଲହଡ଼ା : ଇଚ୍ଛାଶକ୍ତି ଆଗରେ ହାରମାନେ ସବୁକିଛି। ଏହା ପୁଣି ଥରେ ପ୍ରମାଣିତ ହୋଇଛି ଜୀବନକୁ ବାଜି ଲଗାଇ ଜଂଗଲିଆ ରାସ୍ତା ଆଉ ନଦୀ ପାରି ହୋଇ ପଢ଼ିବାକୁ ଯାଉଥିବା ପାଳଲହଡ଼ା ବ୍ଲକର କୁନି କୁନି ପିଲାମାନଙ୍କ କ୍ଷେତ୍ରରେ। ଘର ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକରେ। ପିଲାମାନେ କିନ୍ତୁ କେନ୍ଦୁଝର ଜିଲା ତେଲକୋଇ ବ୍ଲକର ସରେଇ ହାଇସ୍କୁଲକୁ ପାଠ ପଢ଼ିବାକୁ ଯାଉଛନ୍ତି।

ସ୍ବାଧୀନତାର ୭୨ ବର୍ଷ ପରେ ବି ଅନୁଗୁଳ ଜିଲ୍ଲାର ଅନେକ ପଞ୍ଚାୟତରେ ହାଇସ୍କୁଲ ନାହିଁ। ପାଠପଢ଼ା ପାଇଁ ପିଲାମାନଙ୍କୁ ବହୁ କଷ୍ଟସ୍ବୀକାର କରିବାକୁ ପଡ଼ୁଛି। ପାଳଲହଡା ବ୍ଲକ ଅନ୍ତର୍ଗତ ଝାରବେଡ଼ା ଓ ଆଲୁରୀ ପ˚ଚାୟତ ହେଉଛି ଏହାର ଜ୍ବଳନ୍ତ ଉଦାହରଣ। ଘର ପାଖରେ ହାଇସ୍କୁଲ ନଥିବାରୁ ଏହି ଦୁଇ ପଞ୍ଚାୟତର ୬ଟି ଗାଁର ପିଲାମାନେ ୪ କିଲୋମିଟରରୁ ଅଧିକ ଦୁର୍ଗମ ପଥ ଦେଇ ତେଲକୋଇ ବ୍ଲକ ସରେଇ ହାଇସ୍କୁଲକୁ ପାଠ ପଢ଼ିବାକୁ ଯାଉଛନ୍ତି। ଝାରବେଡ଼ା ପ˚ଚାୟତର ରାଇପାଳ, ଜାମୁଆ, ବୋଇତାସରେଇ ଓ ଆଲୁରୀ ପ˚ଚାୟତର ସାପଝରା, ବିରାଳମୁଣ୍ତା ଓ ଅନ୍ଧାରୀସାହିର ପାଖାପାଖି ୩୦ ଜଣ ଛାତ୍ରଛାତ୍ରୀ ଏକାଠି ହୁଅନ୍ତି ସାପଝରା ଗାଁରେ ା ସାପଝରାରୁ ଦେଢ କିଲୋମିଟର ଜଙ୍ଗଲ ଭିତର ପାଦଚଲା ରସ୍ତାରେ ନଦୀକୂଳକୁ ଆସିଥାନ୍ତି। ବର୍ଷା ଋତୁରେ ମାଛଧରା ଡଙ୍ଗାରେ ସେମାନେ ସମାକୋଇ ନଦୀ ପାରି ହୋଇଥାନ୍ତି। ବର୍ଷା ପରେ ପାଣିର ସୁଅ କମିଗଲେ, ଅଣ୍ଟେ ପାଣିରେ ନଦୀ ପାରି ହେବାକୁ ପଡ଼ିଥାଏ। ନିଜ ପ୍ୟାଣ୍ଟସାର୍ଟ ବଦଳାଇ ଗାମୁଛା ପିନ୍ଧି ମୁଣ୍ତରେ ବହି ବସ୍ତାନି ଧରି ସେମାନେ ନଦୀ ପାରି ହୋଇଥାନ୍ତି। ସେଠାରୁ ପୁଣି ଚାଲିଚାଲି ବିପଦସ˚କୁଳ ରାସ୍ତାରେ ସରେଇ ହାଇସ୍କୁଲକୁ ପାଠ ପଢ଼ିବାକୁ ଯାଇଥାନ୍ତି। ସେହିପରି ଆଲୁରୀ ପ˚ଚାୟତର ବୁରୁବୁରା ଗାଁରୁ ପାଖାପାଖି ୧୫ଜଣ ଛାତ୍ରଛାତ୍ରୀ ପାଦରେ ଚାଲିଚାଲି ସରେଇ ହାଇସ୍କୁଲକୁ ଆସନ୍ତି। ବୁରୁବୁରାଠାରୁ ସରେଇ ପର୍ଯ୍ୟନ୍ତ ଚାରି କିମି ରାସ୍ତା ବିପଦପୂର୍ଣ୍ଣ, ଘନ ଜଙ୍ଗଲ, ଖାଲଖମଣା। ତଥାପି ଏମାନେ ଭବିଷ୍ୟତ ଗଢିବା ସ୍ବପ୍ନରେ ଖରା ବର୍ଷା ଶୀତ କାକରରେ ସ୍କୁଲ ଯାଇଥାନ୍ତି। ରାସ୍ତାରେ ବନ୍ୟଜନ୍ତୁ ଆଉ ନଦୀସ୍ରୋତରେ ଭାସିଯିବାର ବି ଭୟ ରହିଛି। ହାଇସ୍କୁଲଟି ତେଲକୋଇ ବ୍ଲକରେ ଅବସ୍ଥିତ ଥିବା ବେଳେ ଏଠାରେ ଅଷ୍ଟମରୁ ଦଶମ ଯାଏ ପାଠପଢନ୍ତି ୧୦୫ ଜଣ ଛାତ୍ରଛାତ୍ରୀ। ସେଥିରୁ ୮୦ ଜଣ ପାଲଲହଡା ବ୍ଲକର ା ନଦୀରେ ପୋଲଟିଏ ନିର୍ମାଣ ପାଇଁ ବହୁ ଦିନରୁ ଦାବି ହୋଇଆସୁଛି। ବୁରୁବୁରାଠାରୁ ସ‌େରଇ ପର୍ଯ୍ୟନ୍ତ ଜଙ୍ଗଲରେ ପକ୍କା ସଡ଼କଟିଏ ନିର୍ମାଣ ପାଇଁ ମଧ୍ୟ ବହୁଦିନରୁ ଦାବି ହୋଇ ଆସୁଛି। କିନ୍ତୁ କୌଣସି ସୁଫଳ ମିଳୁନାହିଁ।

ଏ ସ˚ପର୍କ‌େର ପାଳଲହଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଜିତ ବେହେରା କହନ୍ତି, ପୋଲ ନିର୍ମାଣର ଆବଶ୍ୟକତା ଅଛି, ଆମେ ଏହାର କ୍ଷେତ୍ର ପରିଦର୍ଶନ କରି ଏଷ୍ଟିମେଟ କରି ସରକାରଙ୍କୁ ରିପୋର୍ଟ ଦେଇ ସାରିଛୁ। ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ଅଛି ା ବିଡିଓ ତିବିକ୍ରମ କୁମୁରା କହିଛନ୍ତି, ବୁରୁବୁରାଠାରୁ ସରେଇ ମଧୢରେ ଜଙ୍ଗଲ ରାସ୍ତାରେ ସେ ମୋଟର ସାଇକେଲ ଯୋଗେ ବହୁ କଷ୍ଟରେ ଯାଇଛନ୍ତି ା ଏହା ଏକ ବିପଦସ˚କୁଳ ଜଙ୍ଗଲ ରାସ୍ତାା ରାସ୍ତା ନିର୍ମାଣ ପାଇଁ ବ୍ୟୟ ଅଟକଳ କରାଯାଇଛି। ଆସନ୍ତା ଆର୍ଥିକ ବର୍ଷରେ ନିଶ୍ଚିତ ଭାବେ ରାସ୍ତା ନିର୍ମାଣ କରାଯିବ। ତେବେ ତା ପୂର୍ବରୁ ସରପ˚ଚଙ୍କ ସହିତ ଯୋଗାଯୋଗ କରି ତୁରନ୍ତ ଏହାର ମରାମତି ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର