ଜୀବନକୁ ବାଜି ଲଗାଇ ଝୁଲା ତାରରେ ପ୍ରତିଦିନ ନଦୀ ପାର୍‌ ହେଉଛନ୍ତି ୫ ଶହ ପରିବାର

ରାଇକିଆ : ବିକାଶ କ୍ଷେତ୍ରରେ କନ୍ଧମାଳ ଜିଲ୍ଲାକୁ ରାଜ୍ୟ ସରକାର ସ୍ବତନ୍ତ୍ର ଫୋକସ୍‌ ଭାବେ ଗ୍ରହଣ କରୁଥିବା କଥା କହୁଛନ୍ତି। ହେଲେ ଏଠାକାର ବିକାଶର ପରିଭାଷା କେମିତି, ତାହା କ.ନୂଆଗାଁ ବ୍ଲକ୍‌ ଗୁଞ୍ଜିବାଡ଼ି ପଞ୍ଚାୟତ ବିରନ୍ଦାପଡ଼ା ଗାଁକୁ ଗଲେ ଜଣେ ସ୍ପଷ୍ଟ ବାରି ଦେଇ ପାରିବ। ଶିକ୍ଷା, ସ୍ବାସ୍ଥ୍ୟ ତ ଦୂରର କଥା ଗାଁକୁ ଯିବାକୁ ପକ୍କା ରାସ୍ତାଟିଏ ବି ତିଆରି ହୋଇପାରିନି। ପାଖାପାଖି ୫ ଶହ ପରିବାର ପାଇଁ ନଦୀ ଉପର ଦେଇଥିବା ଝୁଲା ତାର ହିଁ ଏକ ମାତ୍ର ସାହାଭରସା। ଖାଲି ଏତିକି ନୁହେଁ, ବିରନ୍ଦାପଡ଼ା ଗାଁ ସ˚ଲଗ୍ନ ଦ୍ରେପାଙ୍ଗା, ଚାନ୍ଦାବାଜୁ, ବଡ଼ବୋଇ, ଜ୍ରାବାକେତା, ସଲାଙ୍ଗିଆ, ଗୁଡ୍ରିକିଆ ଗ୍ରାମବାସୀଙ୍କ ପାଇଁ ମଧୢ ଏହି ଝୁଲା ତାର ଜୀବନରେଖା ବୋଲି କହିଲେ ଜମାରୁ ଅତ୍ୟୁକ୍ତି ହେବନି।

ରାଇକିଆ ଓ କ.ନୂଆଗାଁ ପଞ୍ଚାୟତକୁ ଆସିବା ପାଇଁ ଛାତ୍ରଛାତ୍ରୀଙ୍କଠୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକେ ଏହି ଝୁଲା ତାର ଉପରେ ନିର୍ଭର କରିଥାନ୍ତି। ତେବେ ପ୍ରତିଦିନ ସକାଳେ ଶତାଧିକ ସ୍କୁଲ ପିଲା ଏହି ଝୁଲା ତାର ଉପରେ ଚଢି ଯାଉଥିବାରର ଦୃଶ୍ୟ ଅତ୍ୟନ୍ତ ବିପଜ୍ଜନକ।

ସମ୍ବନ୍ଧିତ ଖବର