ଭୁବନେଶ୍ୱର: ଗଂଜାମ ଓ ଗଜପତି ଜିଲ୍ଲାର କିଛି ସ୍ଥାନରେ ବୁଧବାର ସନ୍ଧ୍ୟାରେ କାଳବୈଶାଖୀର ପ୍ରଭାବରେ କୁଆପଥର ଓ ବଜ୍ରାଘାତ ହେବାର ସମ୍ଭାବନା ରହିଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗଂଜାମ ଜିଲ୍ଲାର ଚିକିଟି, କୁକୁଡାଖଣ୍ଡି, ଦିଗପହଣ୍ଡି, ଆର.ଉଦୟଗିରି ଓ ସାନଖେମୁଣ୍ଡି ବ୍ଲକ ଏବଂ ଗଜପତି ଜିଲ୍ଲାର ମୋହନା ବ୍ଲକର ବିଭିନ୍ନ ସ୍ଥାନରେ ଭୟଙ୍କର କୁଆପଥର ଏବଂ ବଜ୍ରାଘାତ ହେବାର ସମ୍ଭାବନା ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ଗଜପତି, କୋରାପୁଟ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ବୃଷ୍ଟି ଓ ବଜ୍ରାଘାତ ହେବାର ସମ୍ଭାବନା ରହିଛି।
ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଏହି ସମୟରେ ସଂପୃକ୍ତ ସ୍ଥାନର ଲୋକେ ବାହାରକୁ ନ ବାହାରିଲେ ଜୀବନ ସୁରକ୍ଷିତ ରହିପାରିବ।