ତହସିଲ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ମିଳିବ ଅଧିକ ୪ ହଜାର ଟଙ୍କାର ପ୍ରୋତ୍ସାହନ ରାଶି

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ତହସିଲରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟରମାନଙ୍କୁ ଅଧିକ ୪ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏ ସଂପର୍କିତ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି।

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଉପସ୍ଥାପନ କରିଥିବା ଏ ପ୍ରସ୍ତାବ ସଂପର୍କରେ ନିକଟରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ପରେ ମନ୍ତ୍ରୀ ଶ୍ରୀ ବେହେରା ପ୍ରୋତ୍ସାହନ ରାଶି ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ବୈଠକରେ ଅର୍ଥମନ୍ତ୍ରୀଙ୍କ ସହିତ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ବର ମହାନ୍ତି, ଅର୍ଥ ଓ ରାଜସ୍ବ ବିଭାଗର ପ୍ରମୁଖ ସଚିବମାନେ ଉପସ୍ଥିତ ଥିଲେ। ବର୍ତମାନ ତହସିଲରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟରଙ୍କ ମାସିକ ପାରିଶ୍ରମିକ ରାଶି ୮୮୮୦ ଟଙ୍କା ମିଳୁଛି। ଏହି ନିଷ୍ପତ୍ତି ଫଳରେ ସେମାନଙ୍କୁ ଅଧିକ ୪ ହଜାର ଟଙ୍କାର ପ୍ରୋତ୍ସାହନ ମିଳିବ। ତେବେ ଏହି ପ୍ରୋତ୍ସାହନ ରାଶି ତହସିଲ ଆଦାୟ କରୁଥିବା ୟୁଜର୍ସ ଫି’ରୁ ଭରଣା କରାଯିବ।

ସମ୍ବନ୍ଧିତ ଖବର