ଶିକ୍ଷକଙ୍କ ଅକାଳ ବିୟୋଗ

ଭୁବନେଶ୍ୱର : କଟକ, ରାଜା ବଗିଚାସ୍ଥିତ ଡିଏଭି ସ୍କୁଲ୍‌ର ଖେଳ ଶିକ୍ଷକ ସନକ ସମାନ୍ତରାୟଙ୍କର ଗତ ଶନିବାର ଦିନ ହୃଦ୍‌ଘାତରେ ପରଲୋକ ଘଟିଛି। ତାଙ୍କୁ ୫୬ ବର୍ଷ ହୋଇଥିଲା। ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କର ଅକାଳ ବିୟୋଗରେ ବହୁ ବ୍ୟକ୍ତି ତାଙ୍କ ରୋଭର୍‌ ସ୍ଟ୍ରିଟ୍‌ସ୍ଥିତ ବାସଭବନରେ ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ସେ ସ୍ବର୍ଗତ ବଳଭଦ୍ର ସାମନ୍ତରାୟଙ୍କ କନିଷ୍ଠ ପୁତ୍ର ଥିଲେ ଏବଂ ରେଭେନ୍ସା କଲେଜର ପ୍ରଥମ ଓଡ଼ିଆ, ଇଂରାଜୀ ବିଭାଗର ପ୍ରଫେସର କୃତିବାସ ସାମନ୍ତରାୟଙ୍କ ନାତି ଥିଲେ। ସ୍ବର୍ଗତ ସନକଙ୍କର ଏକ ମାତ୍ର ଇଞ୍ଜିନିୟର ପୁତ୍ର ଓ ପତ୍ମୀ କଲ୍ୟାଣୀ ସାମନ୍ତରାୟ ଅଛନ୍ତି। ଉଲ୍ଲେଖଯୋଗ୍ୟ, ସ୍ବର୍ଗତ ସନକ ଆକାଶବାଣୀର ଅବସରପ୍ରାପ୍ତ ଅଫିସର ଓ ସାହିତ୍ୟିକ ଦୀପକ ସାମନ୍ତରାୟଙ୍କର କନିଷ୍ଠ ଭ୍ରାତା ଏବଂ ତାଙ୍କର ମଧ୍ୟମ ଭ୍ରାତା ଆଲୋକ ସାମନ୍ତରାୟ ଭାରତ ସରକାରଙ୍କର କର୍ପୋରେଟ୍ ମନ୍ତ୍ରଣାଳୟର ପ୍ରଥମ ଓଡ଼ିଆ, ଡାଇରେକ୍ଟର ଜେନେରାଲ ଭାବେ ଦିଲ୍ଲୀରେ ଅବସ୍ଥାପିତ।

ସମ୍ବନ୍ଧିତ ଖବର