ରାସ୍ତାକଡ଼ରୁ ଅଜଣା ଲୋକର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ନବରଙ୍ଗପୁର: ରାସ୍ତାକଡ଼ରେ ଜଣେ ଲୋକର ମୃତଦେହ ଉଦ୍ଧାର ହୋଇଥିବା ଘଟଣା ନବରଙ୍ଗପୁର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁସାରେ, କିଛି ଲୋକ ଉମରକୋଟ-ଧଡ୍ରା ରାଜ୍ୟ ରାଜପଥରେ ଆଜି ସକାଳେ  ଜଣେ ଲୋକର ମୃତଦେହ ରାସ୍ତାକଡ଼ରେ ପଡ଼ିଥିବାର ଦେଖିବାକୁ ପାଇଥିଲେ। ଏନେଇ ସେମାନେ ଉମରକୋଟ ଥାନାକୁ ଖବର ଦେଇଥିଲେ।

Image result for umarkote medical
image source-India Today

ଖବର ପାଇ ଉମରକୋଟ ଥାନା ଅଧିକାରୀ ଉମେଶ ଚନ୍ଦ୍ର ସାହୁ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ମୃତକର ବୟସ ୪୫ ବର୍ଷ ବୋଲି କୁହାଯାଉଛି। ତା’ର ନାମ ଜଣାପଡ଼ିନାହିଁ। ତେବେ ସେ ଗତକାଲି ରାତିରେ ଛତିଶଗଡ଼ରୁ ଆସି ଧଡ୍ରାରେ ଏକ ବାହାଘର ଭୋଜିରେ ଯୋଗ ଦେଇଥିଲା ବୋଲି କୁହାଯାଉଛି।

ତା’ର ମୃତଦେହକୁ ଦେଖି ଲୋକେ ପ୍ରଥମେ ଆତଙ୍କିତ ହୋଇ ଯାଇଥିଲେ, କାରଣ ମୃତଦେହଟି ଚକାପାରି ବସିଥିଲା। ପାଖରେ ଏକ ବାଇକ୍ ଥିଲା ଯାହାର ସମ୍ମୁଖ ଭାଗ ନଷ୍ଟ ହୋଇଯାଇଥିଲା। ପାରିପାର୍ଶ୍ବିକ ସ୍ଥିତିରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସେ କୌଣସି ଅଜଣା ଗାଡ଼ି ଧକ୍କାର ଶିକାର ବି ହୋଇ ଥାଇପାରନ୍ତି ବୋଲି ବି ସନ୍ଦେହ କରାଯାଉଛି। ପୁଲିସ୍‌ ଘଟଣାର ତଦନ୍ତ ଜାରି ରଖିଥିବା ଜଣାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଦୁର୍ଘଟଣାଜନିତ ମୃତ୍ୟୁ, ତାହା ସ୍ପଷ୍ଟ ହୋଇଯିବ ବୋଲି ଉମରକୋଟ ଥାନା ଅଧିକାରୀ ଉମେଶ ଚନ୍ଦ୍ର ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର