ପାରାଚ୍ୟୁଟରୁ ଖସି ନିଖୋଜ ଥିବା ବାୟୁସେନାର ସୈନିକଙ୍କ ମୃତଦେହ ଉଦ୍ଧାର

କଟକ: ଅଭ୍ୟାସ ବେଳେ ପାରାଚ୍ୟୁଟରୁ ଖସିପଡ଼ି ନିଖୋଜ ଥିବା ବାୟୁସେନା ସୈନିକଙ୍କ ମୃତଦେହ ରବିବାର ଅପରାହ୍ଣରେ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଚୌଦ୍ୱାର ଅଞ୍ଚଳର ମଙ୍ଗରାଜପୁର ନିକଟରେ ଅଭ୍ୟାସ କରୁଥିବା ବେଳେ ସୈନିକ ସିରିଂ ଧାବା ନିଖୋଜ ହୋଇ ଯାଇଥିଲେ। ଏଆରସିର ଉଡାଣ ବେଳେ ପାରାଚ୍ୟୁଟରୁ ସେ କେମିତି ଖସି ଯାଇଥିଲେ, ସେ ସମ୍ପର୍କରେ ଜଣାପଡ଼ି ନାହିଁ କିନ୍ତୁ ଧାବାଙ୍କ ମୃତ ଦେହକୁ ଡାଲିଯୋଡ଼ା ସଂରକ୍ଷିତ ଜଙ୍ଗଲର ସଫା ଗ୍ରାମପଞ୍ଚାୟତର ହରିପରୁ ଡ୍ୟାମ୍‌ ନିକଟରୁ ହେଲମେଟ୍‌ ଓ ପାରାଚ୍ୟୁଟ୍‌ ଉଦ୍ଧାର କରାଯାଇଛି। ଓଡ୍ରାଫ୍‌, ଏନଡିଆରଏଫ୍‌ ଓ ହେଲିକପ୍ଟର ଜରିଆରେ ତଲାସି ଅଭିଯାନରେ ସାମିଲ ଥିଲେ।

ସମ୍ବନ୍ଧିତ ଖବର