ଖରସ୍ରୋତା ନଦୀର ବଳିତର ଘାଟରେ ମଲା କୁମ୍ଭୀର

କେନ୍ଦ୍ରାପଡା : ଆଜି କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ଆଳି ବ୍ଲକର ଖରସ୍ରୋତା ନଦୀର ବଳିତର ଘାଟରେ ଏକ କୁମ୍ଭୀର ଭାସୁଥିବା ଦେଖିବାର ମିଳିଛି । ତେବେ ଏହି କୁମ୍ଭୀରଟି କିପରି ମଲା ତାହା ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।

ଏହି କୁମ୍ଭୀରର ଲମ୍ବ ପାଖାପାଖି ୮ ଫୁଟ ହେବ ବୋଲି ଜଣାପଡିଛି । ଏ ବଉଳା ପ୍ରଜାତିର ଏହି ମୃତ କୁମ୍ଭୀରକୁ ଜବତ କରିଛି ବନବିଭାଗ । ତେବେ ଏନେଇ ଖବର ମିଳିବା ପରେ ତାକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ପ୍ରବଳ ଭିଡ ଲାଗିଥିଲା । ହେଲେ କେବଳ ଏତିକି ନୁହେଁ ବରଂ କୁମ୍ଭୀର ମୃତ୍ୟୁ ସମ୍ପର୍କରେ ବନବିଭାଗ ଅଧିକାରୀ ମଧ୍ୟ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।

ଏହାପୂର୍ବରୁ ଏପରି ଭାବରେ ନଦୀରେ କୁମ୍ଭୀର ମରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ବାରମ୍ବାର ନଦୀରେ କେଉଁ କାରଣ ପାଇଁ କୁମ୍ଭୀରଙ୍କ ଜୀବନ ଯାଉଛି ତାହା ଜଣାପଡି ନ ଥିବା ବେଳେ ଘଟଣାର ତଦନ୍ତ ହେବା ଦରକାର ବୋଲି ମତପ୍ରକାଶ ପାଉଛି ।

ସମ୍ବନ୍ଧିତ ଖବର