ଭିନ୍ନକ୍ଷମଙ୍କ ଶବକୁ କାନ୍ଧ ଦେଇ ମଶାଣିରେ ସତ୍କାର କଲେ ଗ୍ରାମର ସ୍ବେଚ୍ଛାସେବୀ ଯୁବକ

ନୂଆପଡା: ମାନବିକତାର ଏକ ଉଦାହରଣ ସୢଷ୍ଟି କରିଛନ୍ତି ନୂଆପଡା ଜିଲ୍ଲାର କିଛି ଯୁବକ । ଜଣେ ଭିନ୍ନକ୍ଷମଙ୍କ ଶବକୁ କାନ୍ଧ ଦେଇ ଗାଁ ମଶାଣିରେ ସତ୍କାର ମଧ୍ୟ କରିଛନ୍ତି ।
ନୂଆପଡା ଜିଲ୍ଲା କୋମନା ବ୍ଲକ ଜଡାମୁଣ୍ତା ବସଷ୍ଟାଣ୍ତ ନିକଟ କେନାଲ ପାଖରେ ଏକ କୁଡ଼ିଆ ଘରେ ରହୁଥିଲେ ଭିନ୍ନକ୍ଷମ ସୁଦର୍ଶନ ମିର୍ଦ୍ଧା । ପରିବାର କି ସଂପର୍କୀୟ କେହି ନାହାନ୍ତି । ସେ ଭିନ୍ନକ୍ଷମ ହୋଇଥିବାରୁ କୌଣସି କାମଧନ୍ଦା କରି ପାରୁ ନ ଥିଲେ । ସେ ଗାଁ ଗାଁ ବଜାର ବଜାର ଯାଇ ଭିକ୍ଷା ବୢତ୍ତି କରି ଚଳୁଥିଲେ । ଅବଶ୍ୟ ତାଙ୍କୁ ସରକାରଙ୍କ ତରଫରୁ ଭିନ୍ନକ୍ଷମ ଭତ୍ତା ମିଳୁଥିଲା ।

ସୁଦର୍ଶନ କିଛି ଦିନ ହେବ ଅସୁସ୍ଥ ଥିଲେ । ଗତକାଲି କେତେବେଳେ ତାଙ୍କର ମୢତ୍ୟୁ ହୋଇଥିଲା, ଲୋକେ ଜାଣି ପାରିନଥିଲେ । ଆଜି ସକାଳୁ ମୢତ୍ୟୁ ଖବର ପାଇ ନିକଟସ୍ଥ ମାନିଗୁଡା, ଜଡାମୁଣ୍ତା ଓ ଗନିଆରି ଗାଁର ୧୦/୧୨ ଜଣ ସ୍ୱେଚ୍ଛାସେବୀ ଯୁବକ ଆସି ଶବକୁ କାନ୍ଧେଇ ଦୀର୍ଘ ୧ କି.ମି. ବୋହି ଗାଁ ନିକଟସ୍ଥ ଚିତାଡୁଙ୍ଗରି ଶ୍ମଶାନକୁ ନେଇଥିଲେ ।

ସେଠାରେ ବିଧି ଅନୁସାରେ ସୁଦର୍ଶନଙ୍କ ଶବ ସତ୍କାର କରା ଯାଇଥିଲା । ବିଶେଷ କରି ଜିଲ୍ଲା ମିର୍ଦ୍ଧା ସମାଜର ସଭାପତି ଦୟା ସାଗର ପ୍ରଧାନ ଓ ବିରାଟ ବାଗ ନେତୢତ୍ୱ ନେଇଥିଲେ । ଜଣେ ଭିନ୍ନକ୍ଷମଙ୍କ ଶବକୁ ସତ୍କାର କରି ମାନବିକତାର ପରିଚୟ ଦେଇଥିବାରୁ ଜିଲ୍ଲା ଭିନ୍ନକ୍ଷମ ଓ ସଶକ୍ତିକରଣ ଅଧିକାରୀ ଗୋପଲକ୍ଷ୍ମୀ ହୋତା ଧନ୍ୟବାଦ ଜଣାଇବା ସହ ଏହା ଏକ ଭଲ କାମ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର