ଜେଲରେ କଏଦୀଙ୍କ ଅପମୃତ୍ୟୁ ମାମଲା: ସଂସ୍କାରମୂଳକ ପଦକ୍ଷେପ ପ୍ରସଂଗରେ ସରକାର ରଖିବେ ପକ୍ଷ

କଟକ: ଜେଲରେ କଏଦୀଙ୍କ ଅପମୃତ୍ୟୁ ଘଟଣା ଓ ଜେଲ ସଂସ୍କାର ପ୍ରସଂଗକୁ ନେଇ ବିଚାରାଧୀନ ଜନସ୍ୱାର୍ଥ ମାମଲାରେ ଆମିକସ୍‌ କ୍ୟୁରି ଦାଖଲ କରିଥିବା କେତେକ ପ୍ରସ୍ତାବ ଉପରେ ରାଜ୍ୟ ସରକାର ପକ୍ଷ ରଖିବେ। ତେବେ ଏହି ସଂସ୍କାରମୂଳକ ପ୍ରସ୍ତାବ ମଧରୁ ସରକାର କଣ ସବୁ କାର୍ଯ୍ୟକାରୀ କରିଛନ୍ତି ସେ ନେଇ ଦୁଇ ସପ୍ତାହ ଭିତରେ ଅବଗତ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ ବିଶ୍ୱଜିତ ମହାନ୍ତି ଓ ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ହାଇକୋର୍ଟ ରେଜିଷ୍ଟ୍ରାର ଜୁଡିସିଆଲଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆମିକସ୍‌ କ୍ୟୁରି ଶାଶ୍ୱତ ଆଚାର୍ଯ୍ୟ ଓ ଏଜିଏ ଜନ୍ମେଜୟ କଟିକିଆ ମାମଲା ପରିଚଳନା କରୁଛନ୍ତି।

ସମ୍ବନ୍ଧିତ ଖବର