ମୃତ ଦେହ ଉଦ୍ଧାର, ହତ୍ୟା ପରେ ଗରମ ପାଣି ଢାଳି ଦିଆଯାଇଥିବା ପରିବାର ପକ୍ଷରୁ ଅଭିଯୋଗ

କାଶୀପୁର: ରାୟଗଡ଼ ଜିଲ୍ଲାର କାଶୀପୁର ଥାନା ଅନ୍ତର୍ଗତ ତଳ ମାଳି ଗାଁ ନିକଟରେ ଜଣଙ୍କର ମୃତ ଦେହ ପଡ଼ିଥିବାର ଦେଖିବାକୁ ମିଳିଥିଲା। ମୃତ ପରିବାର ପକ୍ଷରୁ ଥାନାରେ ହତ୍ୟା ଅଭିଯୋଗ ହେଇଛି।

ସୂଚନା ଅନୁଯାୟୀ, ମୃତ ବ୍ୟକ୍ତି ଜଣକ ହେଲେ କାଶୀପୁର ଥାନା ଅନ୍ତର୍ଗତ ଖୁରି ଗାଁ ର ଡମ୍ବୁରୁ ଝଡ଼ିଆ (୪୩)। ସେ ଗତକାଲି ସକାଳ ପ୍ରାୟ ୯ଟା ସମୟରେ ଉକ୍ତ ଗ୍ରାମର କୁମାର ସ୍ୱାମୀ ନାଏକଙ୍କ ସହ ମିଶି ମଦ ପିଇବାକୁ ନିକଟରେ ଥିବା ତଳ ମାଳିଗାଁକୁ ଯାଇଥିଲେ। ହେଲେ ଅପରାହ୍ନ ସମୟ ପ୍ରାୟ ୪ ଟା ରେ ତଳ ମାଳି ଗାଁ ଜଣେ ବ୍ୟକ୍ତି ଡମ୍ବରୁ ଝଡ଼ିଆଙ୍କର ପୁଅଙ୍କୁ ତାଙ୍କ ବାପାଙ୍କ ମୃତ ଦେହ ତଳ।ମାଳି ଗାଁ ସ୍କୁଲ ନିକଟରେ ପଡ଼ିଥିବାର ସୂଚନା ଦେଇଥିଲେ।

ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଦେଖିଲା ବେଳେ ମୃତ ବ୍ୟକ୍ତିଙ୍କ ଶରୀରରେ କ୍ଷତ ହେବା ସହ ଶରୀରରେ ଗରମ ପାଣି ପଡ଼ି ଶରୀରରୁ ଚମ ଛାଡ଼ି ଯାଇଛି। ଏନେଇ ମୃତ ବ୍ୟକ୍ତିଙ୍କ ପୁଅ ଲବ ଝଡ଼ିଆ ସନ୍ଧ୍ୟା ପ୍ରାୟ ୬ଟାରେ କାଶୀପୁର ଥାନାରେ ତାଙ୍କ ପିତାଙ୍କର ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇ ଓ ଗରମ ପାଣି ପକାଇ ଅନ୍ୟତ୍ର ଫେପାଡ଼ି ଦିଆଯାଇଥିବା ନେଇ ଏକ ଲିଖିତ ଅଭିଯୋଗ କରିଥିଲେ।

ଉକ୍ତ ଅଭିଯୋଗ ଆଧାରରେ କାଶୀପୁର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଜି ସକାଳେ ପୁଲିସର ଉପସ୍ଥିତିରେ ଘଟଣାସ୍ଥଳରୁ ଶବ ଉଦ୍ଧାର କରାଯାଇଥିଲା। ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବକୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର