ମିଳିଲା ଦେବବ୍ରତଙ୍କ ମୃତଦେହ, ଗତକାଲି କାଠଯୋଡ଼ିକୁ ଡେଇଁପଡ଼ିଥିଲେ ଯୁବକ

କଟକ: ଗତକାଲି ସନ୍ଧ୍ୟାରେ କାଠଯୋଡିକୁ ଡେଇଁ ନିଖୋଜ ଥିବା ଯୁବକର ଆଜି ମୃତଦେହ ଉଦ୍ଧାର ହୋଇଛି । ବ୍ରିଜ ଉପରେ ଯୁବକ ଜଣକ ପ୍ରଥମେ ନିଜର ବାଇକ, ହେଲମେଟ ଓ ମୋବାଇଲ ରଖି ନଦୀକୁ ଡେଇଁ ପଡିଥିଲେ । ଗତକାଲି ରାତିରୁ ନିଖୋଜ ଥିଲେ ଦେବବ୍ରତ ମାଝି । ଏହାପରେ ଘଟଣାସ୍ଥଳରେ ବାରଙ୍ଗ ଥାନା ପୋଲିସ ଓ ଦମକଳ ବାହିନୀ ପଂହଚି ମିଳିତ ସର୍ଚ୍ଚ ଅପରେସନ କରୁଥିଲେ । ପ୍ରାୟ ୧୨ ଘଂଟାରୁ ଅଧିକ ସମୟ ପରେ ମୃତଦେହ ମିଳିଛି ।

ସୂଚନା ଥାଉ କି ଗତକାଲି ସନ୍ଧ୍ୟାରେ ଗାଡି ଓ ମୋବାଇଲ ଛାଡି ଯୁବକ ଜଣଙ୍କ ନଦୀକୁ ଡେଇଁ ପଡିଥିଲେ | ଖବର ପାଇ ଯୁବକଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି, ଯୁବକଙ୍କ ବାଇକକୁ ଚିହ୍ନଟ କରିଥିଲେ । ଯୁବକ ଜଣଙ୍କ କିଛି ଦିନ ହେବ ମାନସିକ ଚାପରେ ରହିଥିଲେ , ସେଥିପାଇଁ ଏଭଳି କରିଥାଇ ପାରନ୍ତି ବୋଲି ଦେବବ୍ରତଙ୍କ ବାପା କହିଥିଲେ । ତେବେ କିିଛି ଦିନ ତଳେ ନିଆଳିର ଦେବବ୍ରତ ମହାପାତ୍ର କାଠଯୋଡିକୁ ଡେଇଁଥିଲେ । ପତ୍ନୀଙ୍କ ସହ ଝଗଡା ପରେ ଗାଡି ଥୋଇ ଦେବବ୍ରତ ଡେଇଁ ପଡିଥିଲେ ।

ସମ୍ବନ୍ଧିତ ଖବର