ଦେବୀତୋଷ ଆଚାର୍ଯ୍ୟଙ୍କୁ ଡକ୍ଟରେଟ୍‌

ଭୁବନେଶ୍ୱର: ‘ସମ୍ବାଦ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍‌’ର ଡିନ୍‌ ତଥା କମ୍ପ୍ୟୁଟର ସାଇନ୍‌ସ ବିଭାଗର ପ୍ରାଧ୍ୟାପକ ଓ ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଦେବୀତୋଷ ଆଚାର୍ଯ୍ୟ ଡକ୍ଟରେଟ୍‌ ଲାଭ କରିଛନ୍ତି। ଗୀତ ଓ ଶିକ୍ଷା ବିଭାଗରେ ତାଙ୍କ ଅବଦାନ ଓ ‘ରେସ୍‌ପନ୍‌ସ୍‌ ଅଫ୍‌ ବ୍ରେନ୍‌ ଟୁ ମ୍ୟୁଜିକାଲ୍‌ ନୋଟ୍‌ ପାଟନର୍ସ୍‌ ରେଜଲ୍‌ଟିଂ ଡେଭେଲପ୍‌ମେଣ୍ଟ୍‌ ଅଫ୍‌ ସ୍କିଲ୍‌ ଲେଭେଲ୍‌ ଆଣ୍ଡ୍‌ ଇମ୍ପ୍ଲିମେଣ୍ଟେସନ୍‌ ଅଫ୍‌ ପେଡାଗୋଗ୍‌’ ଶୀର୍ଷକ ସନ୍ଦର୍ଭ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। କର୍ଣ୍ଣାଟକ ରାଜ୍ୟ ବିଶ୍ୱବିଦ୍ୟାଳୟ, ମହିଶୂର ପକ୍ଷରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର