ଜେଲରୁ ମୁକୁଳିବେ ଗଣଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣଙ୍କ ପୁଅ ଦେବାଶିଷ ପାତ୍ର

ଦେବାଶିଷଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ

କଟକ : ଜେଲରୁ ମୁକୁଳିବେ ଗଣଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣଙ୍କ ପୁଅ ଦେବାଶିଷ ପାତ୍ର । ଗତ ସେପ୍ଟେମ୍ବର ମାସରେ ଗଣଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ବିଚରାସ୍ତାରେ ଖଣ୍ଡାରେ ଯୁବକଙ୍କୁ ଆକ୍ରମଣ ଘଟଣା ସାମ୍ନାକୁ ଆସିବା ପରେ ସେପ୍ଟେମ୍ବର ୧୯ ତାରିଖରେ ଦେବାଶିଷ ପାତ୍ରଙ୍କୁ ୩ଟି ମାମଲାରେ ଗିରଫ କରିଥିଲା ପୁଲିସ । ତେବେ ଆଜି ଦେବାଶିଷ ପାତ୍ର ମୁକୁଳିବା ନେଇ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ।

ସୂଚନା ଅନୁଯାୟୀ, କେନ୍ଦୁଝର ଆନନ୍ଦପୁରର ସଇଲମ ଅଞ୍ଚଳରେ ସେପ୍ଟେମ୍ବର ୬ ତାରିଖ ଦିନ ଏକ ଗାଡିରେ ସତ୍ୟବ୍ରତ ଜେନା ଓ ସୁବ୍ରତ ଜେନା ଯାଉଥିବା ସମୟରେ ଗାଡିକୁ ଅଟକାଇଥିଲା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର । ସାଥିରେ ଥିଲେ ୧୦ରୁ ୧୨ଟି ବାଇକରେ ପ୍ରାୟ ୩୦ଜଣ ସମର୍ଥକ । ଦେବାଶିଷ ପାତ୍ର ଏବଂ ତାଙ୍କ ସହକର୍ମୀ ପୁଲିସ ଉପସ୍ଥିତିରେ ଖଣ୍ଡା ଓ ଲାଠିରେ ଜଣେ ଯୁବକଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କରିଥିଲେ । ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ ଦେବାଶିଷ ପାତ୍ରଙ୍କୁ ଗିରଫ କରିଥିଲା । ସେବେଠାରୁ ସେ ଜେଲ୍‌ରେ ଥିଲେ। ତେବେ ଆଜି ଦେବାଶିଷଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି ଏବଂ ପ୍ରତି ୧୫ ଦିନରେ ଥରେ ଘସିପୁରା ଥାନାରେ ହାଜର ହେବାକୁ ସର୍ତ୍ତ ରଖାଯାଇଛି ।

ସମ୍ବନ୍ଧିତ ଖବର