Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ ଡିପ୍ରେସନର ରୂପ ନେଲା : ପ୍ରବଳ ବର୍ଷା ସମ୍ଭାବନା

0 940

ଆସନ୍ତା ୪୮ ଘଣ୍ଟା ଧରି  ପ୍ରବଳ ବର୍ଷା ହେବାର ସମ୍ଭାବନା ଦେଖାଦେଇଛି । ପାଣିପାଗ ବିଭାଗ ସୂଚନା ଅନୁସାରେ, ଉତ୍ତର ଓଡିଶାରେ ପ୍ରବଳ ବର୍ଷିବ । ଏହା ସାଙ୍ଗକୁ ୬୫ କିଲୋମିଟର ବେଗରେ ପବନ ବୋହିବାର ଅନୁମାନ କରିଛି ପାଣିପାଗ ବିଭାଗ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଡିପ୍ ଡିପ୍ରେସନର ରୁପ ନେଇଛି । ବର୍ତ୍ତମାନ ଏହା ଘଣ୍ଟା ପ୍ରତି ୯କିଲୋମିଟର ବେଗରେ ପଶ୍ଚିମବଙ୍ଗ ଉପର ଦେଇ ଗତି କରୁଛି । ଏହାର ପ୍ରଭାବରେ ଓଡିଶାରେ ବାତ୍ୟା ସୂଚନା ନଥିଲେ ମଧ୍ୟ, ପ୍ରବଳ ବର୍ଷାର ଆକଳନ କରିଛି ପାଣିପାଗ ବିଭାଗ ।

ସୂଚନା ମୁତାବକ, ବଙ୍ଗୋପସାଗରରେ ଗତ କିଛି ଦିନ ହେଲା ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଏହା ଧିରେ ଧିରେ ଘନୀଭୂତ ହେବାରେ ଲାଗିଥିଲା । ଗତ ରବିବାର ଦିନ ଏହା ଲଘୁଚାପରେ ପରିଣତ ହେବା ପରେ ଅଳ୍ପ ସମୟ ମଧ୍ୟରେ ସକାଳ ୧୧ ଟା ସୁଦ୍ଧା ଏହା ଡିପ୍ରେସନର ରୂପ ନେଇଥିଲା । ଯାହାଦ୍ୱାରା ଘଣ୍ଟା ପ୍ରତି ୯ କିଲୋମିଟର ବେଗରେ ଏବେ ଏହା ପଶ୍ଚିମ ଏବଂ ଉତର-ପଶ୍ଚିମ ଦିଗକୁ ଗତି କରୁଛି । ପରେ ଏହା ଉତ୍ତର ଦିଗକୁ ଗତି କରିବ । ବାଲେଶ୍ୱର ଠାରୁ ୧୯୦ କିଲୋମିଟର ଏବଂ ପାରାଦୀପ ଠାରୁ ୩୦୦ କିଲୋମିଟର ଉତ୍ତର-ପୂର୍ବରେ ବର୍ତ୍ତମାନ ଏହାର ଅବସ୍ଥିତି ରହିଛି । ବିଶେଷ କରି ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡ ଆଡକୁ ରହିଛି ଡିପ୍ ଡିପ୍ରେସନର ଗତି ।

ଡିପ୍ ଡିପ୍ରେସନ ରୂପ ନେଇସାରିଥିବା ଲଘୁଚାପ ପ୍ରଭାବରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବ । ଦକ୍ଷିଣ ଓଡିଶାର ଅନେକ ସ୍ଥାନରେ ବର୍ଷା ସହ ଝଡତୋଫାନ ହେବା ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଓଡିଶାର ସୁନ୍ଦରଗଡ, ସମ୍ବଲପୁର, ଦେବଗଡ, କେଉଁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁରରେ ପ୍ରବଳ ବର୍ଷାର ଆକଳନ କରିଛି ପାଣିପାଗ ବିଭାଗ । ଏଥିପାଇଁ ପାରାଦୀପ ଏବଂ ଗୋପାଳପୁରରେ ୩ ନମ୍ବର ବିପଦ ସଙ୍କେତ ଜାରି ହୋଇଛି । ଏହି ସମୟରେ ଘଂଟାପ୍ରତି ୪୫ ରୁ ୫୫ କିଲୋମିଟର ବେଗରେ ପବନ ବୋହିବ। ଏପରିକି କିଛି ସ୍ଥାନରେ ୬୫ କିଲୋମିଟର ବେଗରେ ପବନ ବୋହିବା ସମ୍ଭାବନା ରହିଛି ।

• ବାଲେଶ୍ୱର ଠାରୁ ୧୯୦ କିଲୋମିଟର ଦୂରରେ ରହିଛି
• ପାରାଦୀପ ଠାରୁ ୩୦୦ କିଲୋମିଟର ଉତ୍ତର-ପୂର୍ବରେ ରହିଛି
• ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡ ଆଡକୁ ରହିଛି ଡିପ୍ ଡିପ୍ରେସନର ଗତି
• ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବ
• ଦକ୍ଷିଣ ଓଡିଶାର ଅନେକ ସ୍ଥାନରେ ବର୍ଷା ସହ ଝଡତୋଫାନ ସମ୍ଭାବନା
• ସୁନ୍ଦରଗଡ, ଝାଡଖଣ୍ଡ, ସମ୍ବଲପୁର, ଦେଓଗଡ, କେଉଁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର
• ପାରାଦୀପ ଏବଂ ଗୋପାଳପୁରରେ ୩ ନମ୍ବର ବିପଦ ସଙ୍କେତ
• ଘଂଟାପ୍ରତି ୪୫ ରୁ ୫୫ କିଲୋମିଟର ବେଗରେ ପବନ ବୋହିବ
• ୬୫ କିଲୋମିଟର ବେଗରେ ପବନ ବୋହିବା ସମ୍ଭାବନା
• ଆସନ୍ତା ୧୧ ତାରିଖ ଯାଏଁ ବର୍ଷା ଜାରି ରହିବ

ସମ୍ବନ୍ଧିତ ଖବର

Leave A Reply

Your email address will not be published.

thirteen − 10 =