କୌଳିକ ବୃତ୍ତି ହରାଇବା ଚିନ୍ତାରେ ଦୀପ କାରିଗର : ବଜାରରେ ଚାଇନା ଦୀପ ଏବଂ ପ୍ଲାଷ୍ଟିକ୍ ଦୀପର ବହୁଳ ବ୍ୟବହାରକୁ ନେଇ ଏବେ ଆଶା ଆଶଙ୍କାରେ ସମ୍ବଲପୁର କୁଚିଣ୍ଡା ଅଂଚଳର ଦୀପ କାରିଗର

ସମ୍ବଲପୁର : କୌଳିକ ବୃତ୍ତି ହରାଉଛନ୍ତି ଦୀପ କାରିଗର। ବଜାରର ଚାଇନା ଦୀପ ଏବଂ ପ୍ଲାଷ୍ଟିକ୍ ଦୀପର ବହୁଳ ବ୍ୟବହାରକୁ ନେଇ ଏବେ ଆଶା ଆଶଙ୍କାରେ ଦୀପ କାରିଗର। ଆଗକୁ ଆଲୋକର ପର୍ବ ଦୀପାବଳୀ ଆସୁଥିବା ବେଳେ ଆବଶ୍ୟକତା ଦୃଷ୍ଟିରୁ ବାଧ୍ୟବାଧକତାରେ ଦୀପ ତିଆରି କରୁଛନ୍ତି ସମ୍ବଲପୁର କୁଚିଣ୍ଡା ଅଂଚଳର ଦୀପ କାରିଗର।

ibtimes.co.in

ଆଉ ମାତ୍ର ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳୀ। ଏହି ଆଲୋକର ପର୍ବ ଦୀପାବଳୀରେ ଦୀପର ରହିଥାଏ ନିଆରା ଚାହିଦା। ଏହି ଚାହିଦାକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଂଚଳର କୁମ୍ଭାର ପରିବାର ମାଟି ଦୀପ ଏବଂ ବିଭିନ୍ନ ସାମଗ୍ରୀ ତିଆରି କରିବାରେ ଲାଗିଛନ୍ତି। ତେବେ ବଜାରକୁ ଚାଇନା ଦୀପ ଆସିବା ପରେ ଏହି ମାଟି ଦୀପର ଚାହିଦା କମୁଥିବାରୁ ନିଜର କୌଳିକ ବୃତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କାରିଗର।

telegraphindia.com

ଅନ୍ଧାରରୁ ଆଲୋକ ଦେଇଥାଏ ଦୀପ। କାହିଁ କେଉଁ କାଳରୁ ହିନ୍ଦୁ ସଂସ୍କୃତି ଓ ପରମ୍ପରାର ପ୍ରତୀକ ଭାବେ ଦୀପର ରହିଛି ସ୍ୱତନ୍ତ୍ର ପରିଚୟ। ତେବେ ପୂଜାପର୍ବ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟରେ ଓଡ଼ିଆ ଘରେ ଏହି ମାଟି ଦୀପର ଖୋଜା ପଡିଥାଏ। ହେଲେ ଏହି ମାଟି ଦୀପ ଯୋଗାଉଥିବା କୁମ୍ଭକାର ପରିବାରର କୌଳିକ ବୃତି ସଂକଟରେ ଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ ଓ ବୁଦ୍ଧିଜୀବି।

ସମ୍ବନ୍ଧିତ ଖବର