ସମ୍ବିଧାନ ଅଷ୍ଟମ ଅନୁଚ୍ଛେଦରେ ହୋ ଭାଷାକୁ ସାମିଲ୍ ଦାବି : କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଭେଟିଲେ ପ୍ରତିନିଧି ଦଳ

ଭୁବନେଶ୍ବର : ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ହୋ ଭାଷାକୁ ସ୍ଥାନ ଦେବାକୁ ଦାବି ହୋଇଛି। କେନ୍ଦ୍ର ମନ୍ତ୍ରୀ ଧ‌େର୍ମନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ ଓ ଝାଡ଼ଖଣ୍ଡର ଏକ ପ୍ରତିନିଧି ମଣ୍ଡଳୀ ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟି ଏ ନେଇ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ, ‌ଦେଶର ଏହି ସବୁ ରାଜ୍ୟଗୁଡ଼ିକରେ ବସବାସ କରୁଥିବା ହୋ ଭାଷାଭାଷୀମାନଙ୍କର ଏକ ଶୋଭାଯାତ୍ରା ଓ ଧାରଣା ଦିଲ୍ଲୀ‌େର ହୋଇଥିଲା। ଏଥିରେ ଦେଶର ବିଭିନ୍ନ ସ୍ଥାନରୁ ଏକ ହଜାରରୁ ଅଧିକ ପ୍ରତିନିଧି ଯୋଗ ଦେବା ସହ ହୋ ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ ପାଇଁ ଦାବି କରିଥିଲେ। ଆଜି ସେମାନଙ୍କ ନେତୃସ୍ଥାନୀୟ ନେତା ଗୃହ ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର‌ ଦେଇଛନ୍ତି। ଏହି ଦାବିକୁ ‌ଗୃହ ମନ୍ତ୍ରୀ ଗ୍ରହଣ କରିବା ସହ ଏହାର କ୍ରିୟାନ୍ବୟନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଥିଲେ।

ସମ୍ବନ୍ଧିତ ଖବର